ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨ଶହ ଟପିଲା

0 86

ଭୁବନେଶ୍ୱର : ରାଜ୍ୟରେ ମୃତ୍ୟୁସଂଖ୍ୟା ୨ଶହ ଟପିଛି । ଆଜି ମହାମାରୀ କରୋନା ପୁଣି ୧୦ଜଣଙ୍କର ଜୀବନ ମଧ୍ୟ ନେଇଛି । ଏଥିରେ ଗଞ୍ଜାମ ଓ ରାୟଗଡା ଜିଲ୍ଲାରୁ ସର୍ବାଧିକ ୩ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଗଞ୍ଜାମରୁ ଜଣେ ୪୮ ବର୍ଷିୟ ପୁରୁଷ, ଜଣେ ୫୪ ବର୍ଷିୟ ପୁଲିସ ଓ ୫୪ବର୍ଷିୟା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାରୁ ମହାମାରୀ କରୋନାରେ ୧୦୬ଜଣ ମୃତ୍ୟୁବରଣ କଲେଣି । ସେହିଭଳି ଆଜି ରାୟଗଡାରୁ ଜଣେ ୭୦ ବର୍ଷିୟ, ୬୧ବର୍ଷିୟ ଓ ୬୪ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ଗଜପତିରୁ ଜଣେ ୩୪ ଓ ଜଣେ ୪୮ ବର୍ଷିୟ ପୁରୁଷ ମୃତ୍ୟୁବରଣ କରିଥିବା ବେଳେ କଳାହାଣ୍ଡି ୬୬ ବର୍ଷିୟ ଓ ଖୋର୍ଦ୍ଧାର ଜଣେ ୬୩ ବର୍ଷିୟ ପୁରୁଷ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ମିଶାଇ କରୋନା ଜନିତ ମୃତ୍ୟୁସଂଖ୍ୟା ରାଜ୍ୟରେ ୨୦୭ରେ ପହଞ୍ଚିଛି ।

hiranchal ad1
Leave A Reply

Your email address will not be published.

6 − five =