ରାସ୍ତା ଖରାପ କାରଣରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ନବଜାତକର ଗଲା ଜୀବନ

0 1,176

ବୌଦ୍ଧ: ମୁଖ୍ୟ ରାସ୍ତା କଡରେ ଥିବା କିଛି ଗାଁକୁ ଛାଡିଦେଲେ ବର୍ଷା ଚାରି ମାସ ରାସ୍ତା ଖରାପ ଯୋଗୁଁ ବୌଦ୍ଧ ଜିଲ୍ଲାର ଅନେକ ଗାଁକୁ ଯିବା କଷ୍ଟସାଧ୍ୟ ହୋଇ ପଡିଛି । ଗତକାଲି ସେଭଳି ଗୋଟିଏ ଲଜ୍ଜାଜନକ ଘଟଣା ଘଟିଛି ହରଭଙ୍ଗା ବ୍ଲକ୍ ରାମଗଡ ଗ୍ରାମ ପଂଚାୟତର କୋଇଲିସୁତା ଗ୍ରାମରେ । ରାସ୍ତା ଖରାପ ଯୋଗୁଁ ଜଣେ ଆସନ୍ନ ପ୍ରସବାଙ୍କ ଘର ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଓ ଡେରିରେ ଡାକ୍ତରଖାନାରେ ପହଞ୍ଚିବାରୁ ଆମ୍ବୁଲାନ୍ସରେ ଜନ୍ମ ହୋଇଥିବା ଏକ ନବଜାତକ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାମଗଡ ଗ୍ରାମ ପଂଚାୟତର କୋଇଲି ସୁତା ଗ୍ରାମର ସୋନୁ ସନ୍ତୋଷ ଗିରିଙ୍କ ପତ୍ନୀଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଡକା ଯାଇଥିଲା । ମାତ୍ର ଆମ୍ବୁଲାନ୍ସ୍ ରାସ୍ତା ଖରାପ ଯୋଗୁଁ କୋଇଲିସୁତା ଗ୍ରାମରେ ପହଂଚି ପାରିଲାନାହିଁ । ଫଳରେ ଗୋଟିଏ ଅଟୋ ଯୋଗାଡ କରି ରୋଗୀଙ୍କୁ ଆମ୍ବୁଲାନ୍ସ ଯାଏଁ ଅଣା ଯାଇଥିଲା । ଅଟୋ ଯୋଗାଡ କରୁ କରୁ ପ୍ରାୟ ଦୁଇ ଘଣ୍ଟା ଲାଗି ଯାଇଥିଲା ଓ ଡାକ୍ତରଖାନା ଆସିବା ବେଳେ ମହିଳା ଜଣକ ଆମ୍ବୁଲାନ୍ସରେ ପ୍ରସବ କରି ଦେଇଥିଲେ । ଡାକ୍ତରଖାନା ପହଞ୍ଚିବା ବେଳକୁ ନବଜାତକ ଶିଶୁଟି ମୃତ୍ୟୁବରଣ କରିଥିବା ଡାକ୍ତର ଘୋଷଣା କରିଥିଲେ । ରାସ୍ତା ଖରାପ ଯୋଗୁଁ ଡାକ୍ତରଖାନାକୁ ଆସିବାରେ ଡେରି ହୋଇଥିବା ହେତୁ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଜିଲାରେ ଅନେକ ବିକାଶ ହୋଇଥିବା କୁହା ଯାଉଥିଲେ ମଧ୍ୟ ଅର୍ଦ୍ଧାଧିକ ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା ନାହିଁ । ଜିଲ୍ଲାକୁ ରାସ୍ତା ବାଟର ନିର୍ମାଣ ଓ ମରାମତି ପାଇଁ ବିଭିନ୍ନ ଯୋଜନାରେ ଶହ ଶହ କୋଟି ଟଙ୍କା ଆସୁଥିବା ବେଳେ ସେ ସବୁ କେଉଁଭଳି ଭାବରେ ରୁପାୟନ୍ ହେଉଛି ଯେ ଗାଆଁମାନଙ୍କୁ ଜରୁରୀ ସେବା ଯୋଗାଇବା ପାଇଁ ଆମ୍ବୁଲାନ୍ସ୍ ମଧ୍ୟ ଯାଇପାରୁ ନାହିଁ ବୋଲି ବୁଦ୍ଧିଜୀବି ପ୍ରଶ୍ନ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

one × three =