ବେଣୁଗୋପାଳ ଓ ବିରଞ୍ଚିଙ୍କୁ ରାଷ୍ଟ୍ରପତି ପଦକ,୧୨ଜଣଙ୍କୁ ପୁଲିସ ପଦକ

0 99

ଭୁବନେଶ୍ୱର : ଆସନ୍ତାକାଲି ଦେଶର ଜାତୀୟ ପର୍ବ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଜ୍ୟର ୧୪ଜଣ ପୁଲିସଙ୍କୁ ପଦକ ପ୍ରଦାନ ନେଇ ଘୋଷଣା କରିଛନ୍ତି । ଏଥିରୁ ବିଶିଷ୍ଟ ସେବା ପାଇଁ ଭିଜିଲାନ୍ସ ଡିଏସପି କେ.ବେଣୁଗୋପାଳ ଆଚାର୍ଯ୍ୟଙ୍କୁ ରାଷ୍ଟ୍ରପତି ପଦକ ପାଇଁ ମନୋନୀତ କରାଯାଇଥିବା ବେଳେ କନେଷ୍ଟବଳ ବିରଞ୍ଚି ନାରାୟଣଙ୍କୁ ମଧ୍ୟ ରାଷ୍ଟ୍ରପତି ପଦକ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ଅନ୍ୟ ୧୨ଜଣ ପୁଲିସ କର୍ମଚାରୀଙ୍କୁ ଉତ୍କୃଷ୍ଟ ସେବା ପଦକ ପ୍ରଦାନ କରାଯିବ । ଭିଜିଲାନ୍ସ ଏଏସ୍‌ପି ଅଭିରାମ କର, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ତାପସ ମହାପାତ୍ର, ଏସ୍‌ସିପି ଅନିଲ ମିଶ୍ର, ଡିଏସ୍‌ପି ଅନୁପମା ମହାପାତ୍ରଙ୍କୁ ଉତ୍କୃଷ୍ଟ ସେବା ପଦକ ପ୍ରଦାନ କରାଯିବ । ଡିଏସ୍‌ପି ରାଜକିଶୋର ପାଇକରାୟ, ଇନ୍ସିପେକ୍ଟର ସରୋଜ ପଟେଲ, ଇନ୍ସିପେକ୍ଟର ନିର୍ମଳା ମହାପାତ୍ର, ସୁବେଦାର କିଶୋର ବଳବନ୍ତ ରାୟ, ସିପାହୀ ରଥ ଲାକ୍ରା, ହାବିଲଦାର ମହମ୍ମଦ ଫଜଲ ଓମରଙ୍କୁ ଉତ୍କୃଷ୍ଟ ସେବା ପଦକ ପ୍ରଦାନ କରାଯିବ । ରାଜ୍ୟର ଏହି କୃତି ପୁଲିସଙ୍କୁ ସ୍ୱତନ୍ତ୍ର ପଦକ ସମ୍ମାନ ଉତ୍ସବ ସମ୍ମାନିତ କରାଯିବ ।

hiranchal ad1
Leave A Reply

Your email address will not be published.

2 + nine =