ତାମିଲନାଡୁରୁ ଶ୍ରମିକଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ରାୟଗଡା ଜିଲ୍ଲାରୁ ଆଣିଲା

0 141

ତାମିଲନାଡୁରେ କାର୍ଯ୍ୟରତ ଥିବା 28 ଜଣ ଶ୍ରମିକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ରାୟଗଡ଼ା ରେଲୱେ ଷ୍ଟେସନରେ ପହଞ୍ଚି ଥିଲେ।ସେମାନଙ୍କୁ ଆଣିବା ପାଇଁ ଗଜପତି ପ୍ରଶାସନ ତରଫରୁ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଦଳ ରାୟଗଡା ଷ୍ଟେସନରେ ମଧ୍ୟ ରାତ୍ରରେ ପହଞ୍ଚି ଥିଲେ। ଆସିଥିବା ଶ୍ରମିକ ମାନଙ୍କ ଭିତରୁ 19 ଜଣ ମହିଳା ଓ 9 ଜଣ ପୁରୁଷ ଶ୍ରମିକ ଥିଲେ।ସମସ୍ତେ ତାମିଲନାଡୁର ତିରିପୁରର ସୂତା କଳରେ କାର୍ଯ୍ୟରତ ଥିଲେ।ଲକ ଡାଉନ ପରେ ସେମାନେ କାର୍ଯ୍ୟ କରୁଥିବା ଫେକ୍ଟରି ବନ୍ଦ ହୋଇ ଯାଇଥିଲା।

hiring

ସମସ୍ତେ ସେଠାରେ ବହୁତ କଷ୍ଟରେ ଚଳୁ ଥିବାସହ ନିଜ ରାଜ୍ୟକୁ ଆସିବାକୁ ବ୍ୟସ୍ତ ଥିଲେ। ଶ୍ରମିକ ମାନେ ରାୟଗଡା ରେଳ ଷ୍ଟେସନରେ ପହଞ୍ଚିଲା ପରେ ପ୍ରତ୍ୟେକ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ଏବଂ ଅଲିଭା କାଳୀ ମାଧ୍ୟମରେ ମାରର୍କିଙ୍ଗ କରାଯାଇ ଥିଲା। ରାୟଗଡା ଜିଲ୍ଲା ପ୍ରଶାସନ ଦ୍ଵାରା ସମସ୍ତଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା ଏହି ସମସ୍ତ ଶ୍ରମିକ ଗଜପତି ଜିଲ୍ଲାର ମୋହନା ଅଞ୍ଚଳର ହୋଇଥିବାରୁ ସମସ୍ତଙ୍କୁ ବସ ଯୋଗେ ଅଡବାକୁ ଆଣିଲା ପରେ ଅଡବା ହାଇସ୍କୁଲରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି ।A ସମସ୍ତେ ସେଠାରେ 21 ଦିନ ସଙ୍ଗରୋଧରେ ରହିବା ସହ ସମସ୍ତଙ୍କର ସ୍ୱାବ ପରୀକ୍ଷା ଯଥା ଶୀଘ୍ର କରାଯିବା ପାଇଁ ନିଷ୍ପତ୍ତି ହୋଇଛି।କୌଣସି ବ୍ୟକ୍ତିର କିଛି ଲକ୍ଷଣ ନଥିବା ଜଣାପଡିଛି।ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମେ ଦୁଇଟି ଲେଖାଁଏ ମାସ୍କ ଦେବା ସହ ଆବଶ୍ୟକୀୟ ଜିନିଷ ଯୋଗାଇ ଦିଆଯାଇଛି।

hiranchal ad1
Leave A Reply

Your email address will not be published.

nineteen − 3 =