ଗ୍ରାମୀଣ ଆବାସ ଯୋଜନା : ଗୃହ ପ୍ରବେଶ ଉତ୍ସବ

0 142

ହରଭଙ୍ଗା : ହରଭଙ୍ଗା ବ୍ଲକର ୨୨ଗୋଟି ପଞ୍ଚାୟତର ଗରୀବ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସହୀନମାନଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଇଛି । ହିତାଧିକାରୀମାନେ ଠିକ୍ ସମୟ ସୀମା ମଧ୍ୟରେ ଆବାସ ଗୃହ ଶେଷ କରିବାକୁ ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା ହିତାଧିକାରୀଙ୍କୁ ପରାମର୍ଶ ଦେବା ସହ ସରକାରୀ ସାହାଯ୍ୟ ଯେପରି ପାଇପାରିବେ ସେ ଉପରେ ପରାମର୍ଶ ଦେଇଥିଲେ । ଏହି ଅବସରରେ ହରଭଙ୍ଗା ବ୍ଲକର କୁଶଙ୍ଗ ପଞ୍ଚାୟତର କୁମାରୀ ଗ୍ରାମର ଆବାସ ଯୋଜନାରେ ଗୃହ ଠିକ୍ ସମୟ ମଧ୍ୟରେ ଶେଷ କରିଥିବା ହିତାଧିକାରୀ ସର୍ବଶ୍ରୀ ଧଳେଶ୍ୱର ସେନାପତି, ରବିନ୍ଦ୍ର ଦଳେଇ, ତପନ ସେନାପତି, ମଙ୍ଗୁଳୁ ବେହେରା, ଗଣେଷ ସେନାପତି ପ୍ରମୁଖ ୧୦ଜଣ ବ୍ୟକ୍ତି ଆବାସ ଗୃହ ନିର୍ମାଣ ଶେଷ କରିଥିଲେ । ଏହି ଅବସରରେ ଆଜି ପ୍ରଶାସନ ପକ୍ଷରୁ ଗୃହ ପ୍ରବେଶ ଉତ୍ସବ କୁମାରୀ ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ବବିତା ଦଳବେହେରା, ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା, କନିଷ୍ଠ ଯନ୍ତ୍ରୀ ଇଂ. ରାକେଶ କୁମାର ଧୀର, କୁଶଙ୍ଗସରପଞ୍ଚ ପୁଷ୍ପାଞ୍ଜଳି, କୁଶଙ୍ଗ ପଞ୍ଚାୟତ ପିଇଓ ଜଗଦୀଶ ମଲ୍ଲିକ, ଜିଆରଏସ୍ ରବୀନ୍ଦ୍ର ଭୋକ୍ତ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଅତିରିକ୍ତ ପ୍ରକଳ୍ପ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ହିତାଧିକାରୀମାନେ ଗୃହ ପ୍ରବେଶ କରିଥିଲେ । ପ୍ରଥମ ଥର ପାଇଁ ଏହି ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେଉଥିବାରୁ ହିତାଧିକାରୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

sixteen − twelve =