ହରଭଙ୍ଗା : ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ପ୍ରୋତ୍ସାହନ ରାଶି ସହିତ ଆନୁସଙ୍ଗିକ ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି । ମାତ୍ର ଚଳିତବର୍ଷ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ କେନ୍ଦୁପତ୍ର ସଂଗ୍ରହରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ତୋଳାଳିଙ୍କଠାରୁ ଚଳିତବର୍ଷ ୧/୨ ଫର୍ମ ବା ୫୦ ବିଡା ଲେଖାଏଁ ରଖିଥିବା ନେଇ ତୋଳାଳିଙ୍କ ଭିତରେ ଅଭିଯୋଗ ହେଉଛି । ଏହାଦ୍ୱାରା ହଜାର ହଜାର କେନ୍ଦୁପତ୍ର ତୋଳାଳୀ ଶୋଷଣର ଶିକାର ହେଉଛନ୍ତି । ପ୍ରତିଦିନ ଜଣେ ଜଣେ କେନ୍ଦୁପତ୍ର ତୋଳାଳି ୩ ରୁ ୪ଫର୍ମ କେନ୍ଦୁପତ୍ର ତୋଳୁଛନ୍ତି, କିନ୍ତୁ ସେ ପରିଶ୍ରମକରି ତୋଳି ଆଣିବାପରେ ତୋଳାଳିଠୁ ୧/୨ ହାପ୍ ଫର୍ମ ବା ୫୦ ବିଡା କିଣି ବାକିପତ୍ର ଫେରାଇ ନେବାକୁ କୁହାଯାଉଛି ବୋଲି ପତ୍ର ତୋଳାଳିଙ୍କ ଭିତରେ ଅଭିଯୋଗ ହେଉଛି । ଏପଟେ ଜଣେ ପତ୍ର ତୋଳାଳି ଅନୁନ୍ୟ ୧୫ ରୁ ୨୦ ଫର୍ମ ପତ୍ର ସଂଗ୍ରହ କରିଥିବା ତୋଳାଳିକୁ ସରକାର କନ୍ୟାବିବାହ ପାଇଁଁ ସହାୟତା ଯୋଗାଇ ଦେଉଥିବା ଯୋଜନା ରେ ସାମିଲ୍ ହୋଇପାରିବା ନେଇ କୁହାଯାଉଥିବା ବେଳେ ଜଣେ ତୋଳାଳିଠୁ ସେତିକି ପରିମାଣରେ ପତ୍ର କିଣା ଯାଉନଥିବା ଏବଂ ଉକ୍ତ ତୋଳାଳି କିପରି ସେ ଯୋଜନାରେ ସାମିଲ୍ ହୋଇପାରିବ ସେନେଇ ତୋଳାଳିଙ୍କ ଭିତରେ ପ୍ରଶ୍ନବାଚି ସୃଷ୍ଟି କରୁଛି । ଚାରିଛକ ରେଂଜ ଅଧିନରେ ଯାଉଥିବା କୋଇଲିସୁତା, ବୈକୁଣ୍ଠପୁର, ଖଣ୍ଡହତା, ବାଦିକଟା, ପଲସାକୁଟୁଣି, ସମ୍ବରକଟା ଆଦି ଫଡିରେ ତୋଳାଳିମାନେ ପତ୍ର ଅଳ୍ପ ପତ୍ର ରଖି ବାକି ଫେରାଇ ଦେଇଥିବାବେଳେ ସେବତୀ ବେହେରା, କୁମଦିନି କର୍ଣ୍ଣ, ଲକ୍ଷ୍ମି ଡାଙ୍ଗ, ସନ୍ତୋଷିନି କର୍ଣ୍ଣ, ଅହଲ୍ୟା ମହାକୁଡ, ଅନ୍ନପୂର୍ଣା ଡାଙ୍ଗ ପ୍ରମୁଖ ନିଜନିଜ ଘରେ ପତ୍ର ଶୁଖାଇଥିବା ଜଣାପଡିଛି ଅନ୍ୟକେତକ ଶକୁନ୍ତଳା ଦନ୍ତା, ସରସ୍ୱତୀ ଦନ୍ତା, ଲକ୍ଷ୍ମିନାୟକ, ସନ୍ତୋଷିନି ଦନ୍ତା ତୋଳାଳିମାନେ ଫଡି ସମ୍ମୁଖରେ ପତ୍ର ଢାଳି ପଳାଇ ଆସିଥିବା ଜଣାପଡିଛି । ତେଣୁ ପତ୍ର ତୋଳାଳି ଓ ବିଭାଗୀୟର କୌଣସି ତାଳମେଳ ଖାଉନଥିବାରୁ ଏଥିରେ ବହୁ ପତ୍ର ତୋଳାଳି ହଇରାଣ ହେଉଥିବାନେଇ ଜଣାପଡିଛି । ଏନେଇ ଦାୟିତ୍ୱରେ ଥିବା ଫରେଷ୍ଟର ପ୍ରସନ୍ନ ପ୍ରଧାନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବପର ହୋଇନଥିବାରୁ କୌଣସି ମତାମତ ମିଳିପାରିନାହି । ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ଼ପଦସ୍ଥ ଅଧୀକାରୀଙ୍କ ଦୃଷ୍ଟି ପଡିବାକୁ ପତ୍ର ତୋଳାଳିଙ୍କ ଭିତରେ ଅଭିଯୋଗ ହେଉଛି ।