ବିଜେଡି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

0 153

hiring

ବୌଦ୍ଧ ,୮/୩- ବୌଦ୍ଧ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇ ଯାଇଛି | ବୌଦ୍ଧ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ମହିଳା ଦିବସ ରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍ ଯୋଗ ଦେଇ ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ପ୍ରଣୟଣ କରି ଥିବା ବିଭିନ୍ନ ଯୋଜନାର ଉପାଦେୟତା ଉପରେ ଆଲୋକପାତ କରିଥିଲେ | ବୌଦ୍ଧ ଏନଏସି ର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଦୀପ୍ତି ପ୍ରଭା ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ 5 ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମଲ୍ଲିକ, ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ଜଶ୍ମିନ୍ ପ୍ରଧାନ, ବଘିଆପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ସୈରେନ୍ଦ୍ରୀ ମହାକୁଳ ପ୍ରମୁଖ ମଞ୍ଚାସୀନ ଥିଲେ l ସଭାରେ ବିଜେଡ଼ି ର ଅନେକ ମହିଳା ପ୍ରତିନିଧିଙ୍କ ସମେତ ଦଳୀୟ କର୍ମୀ ଯୋଗଦାନ କରିଥିଲେ |

hiranchal ad1
Leave A Reply

Your email address will not be published.

six + seventeen =