ଅନ୍ତରଙ୍ଗ ପକ୍ଷରୁ ମନରେଗା ଅଭିଯାନ ଆରମ୍ଭ

0 171

ଫୁଲବାଣୀ: ଶ୍ରମିକ ମନରେଗା ଯୋଜନାରେ ୨୦୦ଦିନର କର୍ମ ନିଯୁକ୍ତି,ମଜୁରୀ ବଢ଼ାଇବା ଓ ଲୋକମାନଙ୍କର ପସନ୍ଦର କାମ ଯୋଗାଇବା ଆଦି ଦାବୀ ।ମହାମାରୀ କୋଭିଡ଼-୧୯ ପାଇଁ ସାରା ଭାରତ ବର୍ଷରେ ଘୋଷଣା କରାଯାଇଥିବା ତାଲାବନ୍ଦ ଦ୍ୱାରା ଆମ ଶ୍ରମିକ ମାନଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି ।ଟଙ୍କା ଏବଂ ରୋଯଗାରର ଅଭାବରୁ ଆମେ ମାନେ ଅକଥନୀୟ ଅଭାବ ଅସୁବିଧାରେ ଗତି କରୁଛୁ ବୋଲି ଘୁ.ଉଦୟଗିରି ବ୍ଳକର ରଟିଙ୍ଗିଆ ଓ ଗ୍ରସିଙ୍ଗିଆ,ଟିକାବାଲି ବ୍ଳକର ଗଦଗୁଡ଼ା,ରାଇକିଆ ବ୍ଳକର ପେଟାପାଙ୍ଗା ଓ ଫିରିଙ୍କିଆ ବ୍ଳକର ରତଙ୍ଗ ପଂଚାୟତର ବିଭିନ୍ନ କାମ କରୁଥିବା ସ୍ଥାନରେ ଶ୍ରମିକ ମାନଙ୍କ ଦ୍ୱାରା ଦାବୀ କରାଯାଉଥିବା ଦେଖିବାକୁ ମିଳିଛି ।ଅନ୍ତରଙ୍ଗ ସ୍ୱେଛାସେବୀ ସଂଗଠନର ସ୍ୱେଛାସେବୀମାନେ ଶ୍ରମିକ ମାନଙ୍କୁ ମନରେଗା ଯୋଜନାରେ ସାମିଲ କରିବାପାଇଁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।ଏହି ପରିପେକ୍ଷିରେ ଅନ୍ୟ ରାଜ୍ୟକୁ କାମ କରିକରିବାକୁ ଯାଇଥିବା ଗାଁର ୫ଲକ୍ଷରୁ ଉର୍ଦ୍ଧ ଶ୍ରମିକ ଭାଇ ଭଉଣୀ ମାନେ ଫେରି ଆସି ମନରେଗା ଯୋଜନାରେ ସାମିଲ ହୋଇଛନ୍ତି ।ଯେଉଁ ମାନଙ୍କର ଯବ କାଡର଼୍ ନାହିଁ ସେମାନଙ୍କର ଯବ କାଡର଼୍ ତିଆରି କରିବାପାଇଁ ପ୍ରୟାସ କରୁଛନ୍ତି ।ଏହା ମାଧ୍ୟମରେ ମନରେଗା କାମ କରିବ ପାଇଁ ଆଗ୍ରହ ବଢ଼ିଛି ।କିନ୍ତୁ କେତାକାଂଶରେ ଶ୍ରମିକମାନେ ଆର୍ଥିକ ସହାୟତା ପାଇ ନଥିବାରୁ କାମ କରିବାପାଇଁ ଆଗ୍ରହ ପ୍ରକାଶ କରିବାର ଲକ୍ଷଣ ଦେଖାଯାଉନାହିଁ ବୋଲି ମତ ପ୍ରକାଶ କରିଛନ୍ତି ।ଏହି କାମ ସ୍ଥାନରେ ଶ୍ରମିକ ମାନଙ୍କର ଦାବୀ ଉପସ୍ଥାପନା କରିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଚିଠି ମାଧ୍ୟମରେ ପହଚେଂଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ମନରେଗା ଯୋଜନାରେ ବାର୍ଷିକ କାର୍ଯ୍ୟ ଦିବସ ୨୦୦ଦିନକୁ ବୃଦ୍ଧି କରାଯାଉ ମନରେଗା ଗୋଟିଏ ପରିବାରକୁ କେବଳ ବାର୍ଷିକ ୧୦୦ଦିନର ଗ୍ୟାରେଟିଂ ଅଛି ।ଯେତେବେଳେ ରୋଜଗାରର ଅନ୍ୟ ସାଧନ ସିମିତ ହୋଇଯାଇଛି ।ସେତେବେଳେ କେବଳ ମନରେଗା ହିଁ ଜୀବିକା ଉପାର୍ଜନର ଏକ ମାତ୍ର ମାଧ୍ୟମ ।ଖୁସିର କଥା ଓଡିଶା ସରକାର ପଶ୍ଚିମ ଓଡ଼ିଶାର ୪ଟି ଜିଲ୍ଲାର ୨୦ଟି ଦାଦନ ପ୍ରବଣ ବ୍ଳକରେ ୨୦୦ଦିନର କାମ ଯୋଗାଇଦେବେ ବୋଲି ପୁର୍ବରୁ ଘୋଷଣା କରିଛନ୍ତି ।ଯେହେତୁ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଓଡ଼ିଶାର ସମସ୍ତ ଜିଲ୍ଳାରେ ଆସି ପହଂଚିଛନ୍ତି ।ଆମେ ଦାବୀ କରୁଛୁଯେ ମନରେଗାର ବାର୍ଷକ କାର୍ଯ୍ୟ ଦିବସ ୨୦୦ଦିନକୁ ବୃଦ୍ଧି କରାଯାଉ ।ଓଡ଼ିଶାରେ ମନରେଗା ମଜୁରୀ ୨୯୮ଟଙ୍କା କରାଯାଉ ।୨୦୦୯ ମସିହାଠାରୁ ଏହି ମଜୁରୀକୁ ସର୍ବନିମ୍ନ ମଜୁରୀଠାରୁ ଅଲଗା କରିଦିଆଯାଇଛି ।ଆମ ରାଜ୍ୟରେ ମନରେଗା ଶ୍ରମିକମାନେ ୨୦୭ଟଙ୍କା ପାଉଥିବାବେଳେ ଓଡ଼ିଶା ସରକାର କେଉଁଝର ଜିଲ୍ଳାରେ ୨୦ଟି ବ୍ଳକରେ ୨୯୮ଟଙ୍କା ଦେଉଛନ୍ତି ।ତେଣୁ ଆମ ଜିଲ୍ଳାରେ ମଧ୍ୟ ୨୯୮କୁ ବୃଦ୍ଧି କରିବାକୁ ଦାବୀ କରୁଛୁ ।
୩.ଗ୍ରାମ ଦ୍ୱାରା ଚୟନ କରାଯାଇଥିବା ଯୋଜନାର ପ୍ରାଧାନ୍ୟ ମନରେଗା ଆଇନ ଧାରା ୧୬(୧)ଅନୁସାରେ ଗ୍ରାମ ପଂଚାୟତ,ଗ୍ରାମସଭା ଓ ପଲ୍ଳିସଭାର ସୁପାରିସ ଅନୁସାରେ ଯୋଜନା ହେବାର ପ୍ରାବଧାନ ଅଛି ।ସରକାରଙ୍କ ଅନ୍ୟ ଯୋଜନା ଯେମିତି ପ୍ରଧାନମନ୍ତ୍ରୀ ଯୋଜନା,ସ୍ୱଛ ଭାରତ ଯୋଜନା ଆଦିରେ କାମ କରାଇ ସବନିମ୍ନ ମଜୁରୀ ଦରଠାରୁ କମ୍ରେ ଘରଏବଂ ସୌଚାଳୟ ଆଦି ନର୍ମାଣ କରାଉଛନ୍ତି ।ଏବଂ ମନରେଗା ଯୋଜନାରେ ସାମିଲ କରାଉଛନ୍ତି ।ଯାହାଫଳରେ ଗ୍ରାମର ଆୟ ସୃଷ୍ଟିକାରୀ ଏବଂ ଗୋଷ୍ଠୀଗତ ସମ୍ଭଳ ସୃଷ୍ଠି କରିବାରେ ବାଧାପ୍ରାପ୍ତ ଉପୁଜୁଛି ।ଏହି ପରିପେକ୍ଷୀରେ ଗ୍ରାମର ଚାହିଦାକୁ ସାମ୍ନାରେ ରଖି ଯୋଜନା ପ୍ରସ୍ତୁତ କରାଯିବା ଦରକାର ବୋଲି ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ଲୋକମାନଙ୍କୁ ବୁଝାଇଛନ୍ତି ।ଏହା ବ୍ୟତୀତ କାର୍ଯ୍ୟରେ ବ୍ୟବହାର କରାଯାଉଥିବା କୋଡ଼,କୋଦାଳ,ଝୁଡ଼ି ନିମନ୍ତେ ସହାୟତା ରାଶି ଓ ଠିକ୍ ସମୟରେ ମଜୁରୀ ପ୍ରଦାନ ପାଇଁ ଦାବୀ ହୋଇଛି ।ଏହି ଅଭିଯାନରେ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧା,ବିଷ୍ଣୁ ପ୍ରିୟା ପ୍ରଧାନ,ରାଜବାଳା ସିଂ,ନୀଳମାଧବ ପାତ୍ର,ଦିଲ୍ଳିପ କୁମାର ସାହୁ,ଧନେଶ୍ୱର ସାହୁ,ପାନୁଏଲ ନାୟକ,ଜୁନେଶ ପ୍ରଧାନ,ସୁନୀତା ଦିଗାଲ,ଚନ୍ଦ୍ରକାନ୍ତ ପ୍ରଧାନ ଓ ତରଣୀ ସେନ ପ୍ରଧାନ ପ୍ରମୂଖ ସାମିଲ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

3 × one =