୧୪ଦିନିଆ କ୍ୱାରେଣ୍ଟାଇନ ବେଳେ ଓଡ଼ିଶା ଫେରନ୍ତା କେଉଁ ବାରରେ କ’ଣ ଖାଇବେ ଜାଣନ୍ତୁ

0 6,550

ଭୁବନେଶ୍ୱର : ବାହାର ରାଜ୍ୟରୁ ଓଡିଶାକୁ ଫେରିବା ଆରମ୍ଭ କରିଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରିଛନ୍ତି । ସେମାନେ ଓଡିଶା ମାଟିରେ ପାଦ ରଖିବା ମାତ୍ରେ ହେଲ୍‌ଥ କ୍ୟାମ୍ପରେ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟ କରାଯିବା ସହିତ ସେମାନଙ୍କର ରହିବା ଖାଦ୍ୟପେୟ, ସ୍ୱଚ୍ଛତା ରକ୍ଷା ଓ ମନୋରଂଜନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

hiring

କ୍ୱାରେଣ୍ଟାଇନ ସମୟରେ ୧୪ ଦିନ ରହିଲେ ଜଣକ ପିଛା ଦୈନିକ ୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ସରକାର ଘୋଷଣା କରିଛନ୍ତି । ପ୍ରତି ସାବାଳକଙ୍କ ପାଇଁ ଖାଦ୍ୟ ବାବଦକୁ ଦୈନିକ ୧୨୦ଟଙ୍କା ଓ ୧୪ ବର୍ଷରୁ କମ୍ ବୟସର ପିଲାଙ୍କ ଖାଦ୍ୟ ବାବଦରେ ୧୦୦ ଟଙ୍କା ବ୍ୟୟ କରାଯିବ । ଗୋଟିଏ ହାଇଜନିକ କିଟ୍ ୩ଶହ ଟଙ୍କା ମୂଲ୍ୟରେ ପ୍ରଦାନ କରାଯିବ । ଯେଉଁଥିରେ ଟୁଥପେଷ୍ଟ ବ୍ରସ, ଟାୱେଲ, ନାପକିନ, ସାବୁନ,ମାସ୍କ, ସାନିଟାଇଜର, ମଗ, ବାଲଟୀ ଇତ୍ୟାଦି ଦିଆଯାଉଛି । ପ୍ରତ୍ୟେକ ଦିନ ସକାଳ ୮ଟାରୁ ୯ଟା ମଧ୍ୟରେ ଜଳଖିଆ, ମଧ୍ୟାହ୍ନ ସାଢେ ୧୨ଟାରୁ ୨ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ, ସଂଧ୍ୟାରେ ଚା ଓ ବିସ୍କୁଟ ଏବଂ ରାତ୍ରୀରେ ରାତ୍ରଭୋଜନ ଯୋଗାଇ ଦିଆଯିବ । ସେହିଭଳି ସାପ୍ତାହିକ ଖାଦ୍ୟ ତାଲିକାରେ ରହିଛି ରବିବାର ଉପମା, ଭାତ, ଆଚାର, ଅଣ୍ଡା ତରକାର, ରୁଟି ଡାଲମା, ସୋମବାର-ଚୂଡାସନ୍ତୁଳା, ଭାତଡାଲି, ମିକ୍ସ ତରକାର, ରୁଟି ଚଣତଡକା, ମଙ୍ଗଳବାର-ଉପମା,ଭାତ ଡାଲମା ଖଟା, ରୁଟି ମିକ୍ସ ତରକାରୀ ବୁଧବାର-ଚୁଡା ସନ୍ତୁଳା, ଭାତ ଅଣ୍ଡାତରକାରୀ, ଆଚାର, ରୁଟି ଚଣା ତଡକା, ଗୁରୁବାର-ଉପମା, ଭାତଡାଲି, ପଣସ କଟା ତରକାରୀ, ରୁଟି ସୋୟାବଡି, ଶୁକ୍ରବାର-ଚୁଡା ସନ୍ତୁଳା, ଭାତ, ମାଛ ତରକାରୀ, ଆଚାର, ରୁଟି, ସନ୍ତୁଳା । ସେହିପରି ଶନିବାର ଉପମା, ଭାତ,ଡାଲି, ବେସନ ତରକାରୀ ଓ ରୁଟି ଚଣାମସଲା ଯୋଗାଇ ଦିଆଯିବ ।

hiranchal ad1
Leave A Reply

Your email address will not be published.

fifteen + 1 =