ଫୁଲବାଣୀ :କନ୍ଧମାଳ ଜିଲ୍ଲାର ପ୍ରବାସୀ ଓଡ଼ିଆ ଆନ୍ଧ୍ରପ୍ରଦେଶ ରୁ ଚାଲି ଚାଲି ବ୍ରହ୍ମପୁର ଆସିବା ପରେ ଏକ ଟ୍ରକ ରେ ଲିଫ୍ଟ ମାଗି ସେମାନେ କଳିଙ୍ଗା ରେ ଓଲ୍ହେଇବାର ଥିଲା କିନ୍ତୁ ଡ୍ରାଇଭର ଜଣକ ଭୂଲ ରେ ଦଶପଲ୍ଲା ନେଇଯାଇ ଓଲ୍ହେଇ ଦେଇଥିଲେ । ଏମାନେ ଦଶ ଜଣ ସବୁ କନ୍ଧମାଳ ଜିଲ୍ଲାର ବୋଲି ଜଣା ପଡିବା ପରେ କନ୍ଧମାଳ ପିପୁଲ୍ସ ଫରମ ର ସଭାପତି ତଥା ଜିଲ୍ଲା ସାମ୍ବାଦିକ ରାଧାମୋହନ ମହାପାତ୍ର କନ୍ଧମାଳ ଜିଲ୍ଲାପାଳ ଡ଼ଃ ବୃନ୍ଦା ଡ଼ି ଙ୍କୁ ଜଣେଇବାରୁ ଜିଲ୍ଲାପାଳ ଶିଘ୍ର ସେମାନଙ୍କ ଆସିବା ବନ୍ଦବସ୍ତ କରିଥିଲେ। ଏହି ଦଶ ଜଣ ଶ୍ରମିକ ମାନେ ଓ ପରିବାର ଲୋକେ ଜିଲ୍ଲାପାଳ ଏବଂ ରାଧାମୋହନ ଙ୍କୁ ଧନ୍ୟବାଦ ଜଣାଉଥିବା ପ୍ରକାଶ କରିଛନ୍ତି।