ଭିତ୍ତିଭୂମିର ଅଭାବ, ମାର୍କେଟ କମ୍ପ୍ଲେକ୍ସରେ ପଡିଛି ତାଲା

0 489

ବୌଦ୍ଧ : କଣ୍ଟାମାଳ ବ୍ଲକ୍ ଯୋଗିନ୍ଦ୍ରପୁର ଗ୍ରାମ ପଂଚାୟତ ତରଫରୁ ଗୋହିପିଟା ଗ୍ରାମ ଠାରେ ମନମୁଣ୍ଡା – କଣ୍ଟାମାଳ ରାସ୍ତା ପାର୍ଶ୍ବରେ 2015 – 16 ମସିହାରେ 4 ଗୋଟି ଦୋକାନ ଘର ନିର୍ମାଣ କରାଯାଇଥିଲା | ଏହା ମଧ୍ୟରେ 5 ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମାର୍କେଟ କମ୍ପ୍ଲେକ୍ସକୁ ବିଦ୍ୟୁତ ଯୋଗାଣ ହୋଇ ପାରିନାହିଁ l ସିକ୍ୟୁରିଟି ଟଂକା ବାନ୍ଧି ଦୋକାନ ଘର ଭଡ଼ା ସୂତ୍ରରେ ନେଇଥିବା ଦୋକାନୀ ମାନେ ହାତ ବାନ୍ଧି ବସି ରହିଥିବା ଅଭିଯୋଗ ହୁଏ | ମିଳିଥିବା ସୂଚନା ଅନୁଯାୟୀ 7 ଲକ୍ଷ 23 ହଜାର ଟଙ୍କା ଅଟକଳରେ 2015- 16 ମସିହାରେ ଗୋହିପିଟl ଗ୍ରାମ ନିକଟରେ ନିର୍ମିତ ହୋଇଥିଲା ଗ୍ରାମ ପଂଚାୟତ ମାର୍କେଟ ଗୃହ l ସିକ୍ୟୁରିଟି ଟଂକା ବାନ୍ଧି ଦୋକାନ ଭଡାରେ ନେଇଥିଲେ କିଛି ଯୁବକ l ମାର୍କେଟ କମ୍ପ୍ଲେକ୍ସକୁ ବିଦ୍ୟୁତ ସଂଯୋଗ 5 ବର୍ଷ ହେଲା ହୋଇ ନ ପାରିବାରୁ ସେମାନେ ବର୍ତ୍ତମାନ ଦୋକାନରେ ତାଲା ପକାଇ ବୁଲୁଛନ୍ତି l ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଉନଥିବା ପରିତାପର ବିଷୟ l ଏ ସମ୍ପର୍କରେ ଯୋଗିନ୍ଦ୍ରପୁର୍ ଗ୍ରାମ ପଂଚାୟତର ସରପଞ୍ଚ ବିଦ୍ୟାଧର ମହାକୁଡଙ୍କ ପ୍ରତିକ୍ରିୟା ନେବାକୁ ତାଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ଫୋନ ଲାଗି ନଥିଲା | ସରକାରୀ ଅନୁଦାନରେ ଲକ୍ଷ ଲକ୍ଷ ଟଂକା ବ୍ୟୟରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ସାମାନ୍ୟ ଭିତ୍ତିଭୂମି ଅଭାବରୁ ତାଲାପଡି ବନ୍ଦ ରହିବା ଘଟଣାକୁ ପଂଚାୟତବାସୀ ନାପସନ୍ଦ କରିଛନ୍ତି |

hiranchal ad1
Leave A Reply

Your email address will not be published.

three × 4 =