ଢେଙ୍କାନାଳ: କରୋନା ମହାମାରୀ ସଂକ୍ରମଣ ବଢି ଚାଲିଥିôବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରୋଗୀମାନେ ରକ୍ତ ଅଭାବ ନଭୋଗିବା ନିମନ୍ତେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଇ ରକ୍ତ ସଂଗ୍ରହ କାର୍ଯ୍ୟ କରାଯାଉଛି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ବିଜୁ ଜନତା ଦଳ ଜିଲ୍ଲା ସଭାପତି ତଥା ଖଣି ଇସ୍ପାତ, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ପରାମର୍ଶ ଓ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲା ସଭାପତି ସୁରଜ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଢେଙ୍କାନାଳ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ “ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଢେଙ୍କାନାଳ ବିଧାୟକ ତଥା ରାଜ୍ୟ ସାଧାରଣ ସଂପାଦକ ଓ “ଓଡିଶା ମୋ ପରିବାର’ର ଭାରପ୍ରାପ୍ତ ପଦାଧିକାରୀ ସୁଧିର କୁମାର ସାମଲ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଏହି ମହାମାରୀ ସମୟରେ ଆବଶ୍ୟକ ପଡୁଥିବା ରକ୍ତର ଚାହିଦା ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜୁ ଜନତା ଦଳ ତରଫରୁ ଆରମ୍ଭ ହୋଇଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଏକ ଉତମ ମାଧ୍ୟମ ବୋଲି ଶ୍ରୀ ସାମଲ କହିଥିଲେ । ଏହି ଶିବିରରେ ମୋଟ୍ ୧୭୦ ୟୁନିଟି ରକ୍ତ ସଂଗ୍ରହ କରାଯାଇଥିଲା । ସୂଚନାଥାଉକି, କରୋଣା ମହାମାରୀ ସଂକ୍ରମଣ ରୋକିବା ନିମନ୍ତେ ସାରା ଭାରତ ବର୍ଷ ତଥା ରାଜ୍ୟରେ ମାର୍ଚ୍ଚ ମାସ ଠାରୁ ଆରମ୍ଭ ହୋଇଥିବା ଲକ୍ଡାଉନ୍ ସମୟରେ ମଧ୍ୟ ଗରିବ ଲୋକମାନଙ୍କୁ ରକ୍ତ ଯୋଗାଣ ନିମନ୍ତେ ବିଜୁ ଛାତ୍ର ଜନତା ଦଳ ତରଫରୁ ଅନେକ ଗୁଡିଏ ରକ୍ତଦାନ ଶିବିର ଆୟୋଜନ କରାଯାଇ ପାଖାପାଖି ୬୦୦ ୟୁନିଟି ରକ୍ତ ସଂଗ୍ରହ କରାଯାଇଥିଲା । ଆଜିର ଏହି ଶିବିରରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ନରୋତମ ସାହୁ, ବିଧାୟକଙ୍କ ପ୍ରତିନିଧି ଦେବାଶିଷ ମିଶ୍ର, ମହିଳା ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ, ଟାଉନ୍ ସଭାପତି ଇନ୍ଦ୍ରମଣି ବେହେରା, ରାଜ୍ୟ ମହିଳା ଉପସଭାନେତ୍ରୀ ସାଗରିକା ମିଶ୍ର, ଅସ୍ରଫ୍ ଅଲ୍ଲି ଖାଁ, ନିରାକାର ରାଉତ, ଶ୍ରୀକାନ୍ତ ଧଳ, ପ୍ରଦୀପ ରାଉତ, ଟାଉନ୍ ସଭାପତି ସୋନିରାମ ସିଂ, ବିନୋଦ ମହାନ୍ତି, ସଞ୍ଜୟ ମଲ୍ଲିକ, ଆଶୁତୋଷ କର, ଅଭିଳାସ ସାହୁ, ପ୍ରଦ୍ୟୁମ୍ନ ନାଏକ, ବିଶ୍ୱ ରଞ୍ଜନ ସାହୁ, ସୂର୍ଯ୍ୟକାନ୍ତ, ସୁଶିଲ୍ ଗୋଚ୍ଛାୟତ, ଅରୁଣ ନାଏକ, ସୋମ୍ୟ ରଞ୍ଜନ ମହାନ୍ତି, ଅଶୋକ ପଣ୍ଡା, ରଞ୍ଜନ ନାୟକ, ସାଗିର୍ ମହମ୍ମଦ, ସୁଭ ପଣ୍ଡା, କୁନା ସାହୁ, ପ୍ରକାଶ ସାହୁ, ମଳୟ ବିଶ୍ୱାଳ, ଓଁପ୍ରକାଶ, ଧନଞ୍ଜୟ ମଲ୍ଲିିକ, ପ୍ରଦ୍ୟୁମ୍ନ ଦାସ ଓ ରବିନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ । ରକ୍ତଦାନ ଶିବିରକୁ ଡାକ୍ତର ଜୟ ନାରାୟଣ ପାଢୀ, ରାଜେନ୍ଦ୍ର ମଲ୍ଲିକ, ପରମାନନ୍ଦ ପଣ୍ଡା, ରୋହିତ କୁମାର ଦାସ, ବରୁଣ ସାହୁ, ସୌଭାଗ୍ୟ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ । ଆଗାମୀ ଦିନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ବ୍ୟାପକ ରକ୍ତଦାନ ଶିବିର ଢେଙ୍କାନାଳ ଜିଲ୍ଲାରେ ଆୟୋଜନ ହେବା ପାଇଁ ଛାତ୍ର ବିଜେଡି ସଭାପତି ସମସ୍ତ ଛାତ୍ରଙ୍କୁ ଆହ୍ୱାନ ଦେଇଛନ୍ତି ।