ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ, ବିଷ୍ଣୁ

0 89

ଭୁବନେଶ୍ୱର:  କରୋନାରେ ଆକ୍ରାନ୍ତ ହେବା ପରେ ଏବେ ସୁସ୍ଥ ହେଉଛନ୍ତି  ବିରୋଧୀ ଦଳ ନେତା ଓ ବିରୋଧୀ ଦଳ ଉପନେତା । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ଉପନେତା ବିଷ୍ଣୁ ସେଠୀ ସୁସ୍ଥ ହେଉଛନ୍ତି ।  ଏନେଇ ଭୁବନେଶ୍ୱର ଏମସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,  ପ୍ରଦୀପ୍ତଙ୍କୁ ୫୦ ଦିନ ହେଲା ଭେଣ୍ଟିଲେଟର ବାହାରେ ରଖାଯାଇଛି ।  ଏବେ ସେ ଆଇସିୟୁରେ ଅଛନ୍ତି । ଖିଆପିଆ ଓ ଚଲାବୁଲା କରୁଛନ୍ତି ।  ଖୁବଶୀଘ୍ର ତାଙ୍କୁ ଡିସଚାର୍ଜ କରାଯିବ । ସେହିପରି ବିଷ୍ଣୁ ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି । ଅକ୍ସିଜେନ ସପୋର୍ଟ ନାହିଁ ।  ତାଙ୍କର କିଡନୀ ଜନିତ ସମସ୍ୟା ଥିଲା, ତାର ଏବେ ଚିକିତ୍ସା ଚାଲିଛି  ବୋଲି ଭୁବନେଶ୍ୱର ଏମସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । 

hiranchal ad1
Leave A Reply

Your email address will not be published.

3 × three =