ସାମ୍ବାଦିକଙ୍କୁ ଆକ୍ରମଣ କରି ଅଭିଯୁକ୍ତ ଜେଲ ଗଲେ

0 160

ଗଞ୍ଜାମ : ବ୍ରହ୍ମପୁର ଗତକାଲି ଏକ ଜୈନିକ ମହିଳା ତାଙ୍କ ପାରିବାରିକ ସମସ୍ୟାକୁ ନେଇ ଗୋଷାଣିନୁଆଗାଁ ଥାନା ନିକଟସ୍ଥ ମୁଖ୍ୟ ରାସ୍ତାରେ ତାଙ୍କ ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିଲେ । ତେବେ ଉକ୍ତ ସ୍ଥାନରେ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ଏବଂ ପ୍ରହ୍ଲାଦ ସାହୁ ରିପୋର୍ଟର ଭାବେ ସେଠାରେ ପହଞ୍ଚି ଖବର ସଂଗ୍ରହ କରୁଥିବା ବେଳେ ଜୈନିକ ମହିଳାଙ୍କର ଦେଢଶୁର ରମାନନ୍ଦ ସାଗର ମହାନ୍ତି ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଗାଳି ଗୁଳଜ କରିବା ସହ ସାମ୍ବାଦିକଙ୍କ ଫୋଟ ଉଠାଉଥିଲେ । ଏହାକୁ ସବୁ ସାମ୍ବାଦିକ ବିରୋଧ କରି ପ୍ରତିବାଦ କରିଥିଲେ । ପରେ ପୁଣି ରମାନନ୍ଦ ସାଗର ମହାନ୍ତି ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ । ଯାହାକୁ ବିରୋଧୀ କରି ସାମ୍ବାଦିକ ପ୍ରହ୍ଲାଦ ସାହୁ ଫଟୋ ନ ଉଠେଇବାକୁ ଅନୁରୋଧ କରିଥିଲେ । କିନ୍ତୁ ଶ୍ରୀ ମହାନ୍ତି ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କ ବାବାଙ୍କୁ ଡାକି ସାମ୍ବାଦିକ ଶ୍ରୀ ସାହୁଙ୍କୁ ଗାଳି ଗୁଳଜ କରିବା ସହ ତାଙ୍କ ଦୋକାନ ସମ୍ମୁଖରେ ତଳେ ପକେଇ ମରଣାତ୍ମକ ଆକ୍ରମଣ କରିଥିଲେ । ଯାହା ଫଳରେ ସାମ୍ବାଦିକ ଶ୍ରୀ ସାହୁଙ୍କ ନାକ, କାନ, ଓଠରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଏବଂ ତାଙ୍କର ହାତର ଏକ କେଣି ଆଙ୍ଗୁଠି ଭାଙ୍ଗିଯାଇଥିଲା । ଏଠାରେ ଉପସ୍ଥିତ ଥିବା ସାମ୍ବାଦିକ ମାନେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବଡ଼ ମେଡ଼ିକାଲକୁ ପଠାଇଥିଲେ । ପରେ ଏ ନେଇ ସମସ୍ତ ସାମ୍ବାଦିକମାନେ ସ୍ଥାନୀୟ ଗୋଷାଣିନୁଆଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରି ଫେରୁଥିବା ବେଳେ ପୁଣି ରମାନନ୍ଦ ସାଗର ମହାନ୍ତି ସାମ୍ବାଦିକଙ୍କ ନିକଟରୁ ପ୍ରହ୍ଲାଦ ସାହୁଙ୍କୁ ଭିଡି ଆଣି ତଣ୍ଟି ଉପରେ ଗୋଡ଼ ରଖି ଜୀବନରୁ ମାରିବା ପାଇଁ ଚେଷ୍ଟା କରିବା ସହ ଧମକ ଦେଇଥିଲେ । ଏହି ସମୟରେ ସାମ୍ବାଦିକ ତଥା ଆଇନଜୀବୀ ଚିରଞ୍ଜୀତ ରାଜଗୁରୁ ତାଙ୍କ କବଳରୁ ଉଦ୍ଧାର କଲା ବେଳେ ତୋ ଓକିଲ ପଣିଆ ଛଡେଇଦେବୀ ଏବଂ ଓକିଲ ସଂଘର ସମସ୍ତ ସଦସ୍ୟ ମୋର କିଛି କରିପାରିବେ ନାହିଁ, ଆଉ ତୁ ଯଦି ବେଶି ରଙ୍ଗ ଦେଖେଇବୁ ତତେ ଫିନିସ୍‌ କରିଦେବି ବୋଲି ଧମକ ଦେଲେ । ପରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ବହୁ କର୍ମଜୀବୀ ସାମ୍ବାଦିକ ଏକତ୍ରିତ ହୋଇ ଏହି ଘଟଣାକୁ ଦୃଡ଼ ନିନ୍ଦା କରିବା ସହ ଥାନାକୁ ଯାଇ ଘଟଣା ର ତଦନ୍ତ କରିବା ସହ ନ୍ୟାୟ ପ୍ରଦାନ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଥିଲେ । ଏବଂ ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ଏହା ବିରୁଦ୍ଧରେ ସରକାର ଏକ ନୂତନ ଆଇନ ଲାଗୁ କରିବା ପାଇଁ ଦାବି କରିଥିଲେ । ପରିଶେଷରେ ଉକ୍ତ ମାମଲାର ଅଭିଯୋଗକୁ ଭିତ୍ତିକରି ଥାନା କେସ ନଂ ୯୩/୨୧ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଓକିଲଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଯୋଗୁଁ ସଂଘର ଅନୁରୋଧ କ୍ରମେ କେହିଁ ଆଇନଜୀବୀ ତାଙ୍କ ଅକିଲାତି ନାମା ଦାଖଲ କରିନଥିଲେ । ଉଭୟ ମାମଲାରେ ରମାନନ୍ଦଙ୍କୁ ଜେଲ ଯିବାକୁ ପଡିଛି ।

hiranchal ad1
Leave A Reply

Your email address will not be published.

12 − 9 =