ମଣିଷ ଜୀବନ ସହିତ ଚାଲିଛି ଖେଳ : ବୌଦ୍ଧ ପର୍ଯ୍ୟନ୍ତ ଲମ୍ବିଛି ନକଲି ଔଷଧର ଚେର

0 5,510

କଣ୍ଟାମାଳ : କରୋନା ମହାମାରୀରେ ସାରା ବିଶ୍ୱବାସୀ ଲଢୁଥିବା ବେଳେ ଜୀବନ ରକ୍ଷାକାରୀ ଔଷଧକୁ ନେଇ କଳାବଜାରୀ ଏବଂ ନକଲି ଔଷଧ ବିକ୍ରୀ ଘଟଣାକୁ ନେଇ ଓଡିଶା ବେଶ ଚର୍ଚ୍ଚିତ ହେଉଛି । ଏହି ନକଲି ଔଷଧର ଚେର ବୌଦ୍ଧ ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ଜଣାଯାଇଛି । କଟକ, ବରଗଡ, ରାଉରକେଲା, ବାରିପଦା, ବଲାଙ୍ଗୀର ଆଦି ଜିଲ୍ଲାରୁ ନକଲି ଔଷଧର ସନ୍ଧାନ ମିଳିଥିବା ବେଳେ ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ ପରେ ନକଲି ଔଷଧର ସନ୍ଧାନ ଭେଷଜ ପାଇଥିବା ଜଣାଯାଇଛି । ବୌଦ୍ଧ ଜିଲ୍ଲା ବାଉଁଶୁଣୀ ମା କ୍ଷେତ୍ର ପାଳିନୀ ମେଡିକାଲ ଷ୍ଟୋର ଓ ପଲସାଗୋରା ବଘିଆବାହାଲ ମେହେର ମେଡିକାଲ ଷ୍ଟୋରରେ ବୌଦ୍ଧ ଭେଷଜ ନିରୀକ୍ଷକଙ୍କ ଏକ ଟିମ ଚଢାଉ କରି ନକଲି ଔଷଧର ସନ୍ଧାନ ପାଇଥିଲେ ।

hiring

ଏହି ଦୁଇଟି ଯାକ ମେଡିକାଲ ଷ୍ଟୋରରୁ ଯାହା ମିଳିଛି ତାହା କଟକ ଓ ମୋଦି ଫାର୍ମା ଲିଙ୍କ ସହିତ ସଂପୃକ୍ତ । ମିଳିଥିବା ଔଷଧ ଗୁଡିକ ମଧ୍ୟରେ ବାଉଁଶୁଣୀ ମା କ୍ଷେତ୍ର ପାଳିନୀ ମେଡିକାଲ ଷ୍ଟୋରରୁ ସିନଜି-୫୦୦ ୨୨ ପ୍ୟାକେଟ ଓ ପଲସାଗୋରା ବଘିଆବାହାଲ ମେହେର ମେଡିକାଲ ଷ୍ଟୋରରୁ ମେଡିଥ୍ରାଲ-୫୦୦ ୨୨ ପ୍ୟାକେଟର ସନ୍ଧାନ ମିଳିଥିଲା । ଉଭୟ ଦୋକାନରୁ ୧୦ ଟିକିଆ ୨୨ ପ୍ୟାକେଟ ଲେଖାଏଁ ମିଳିଥିବା ବେଳେ ଭେଷଜ ନିରୀକ୍ଷକ ଔଷଧ ଗୁଡିକୁ ଜବତ କରି ମକଦ୍ଦମା ଦାଏର କରିଥିବା ଜଣାଯାଇଛି ।

ଏହି ଘଟଣାରେ ଔଷଧ ଦୋକନ ମାଲିକ ବୀରମିତ୍ର ଦେହୁରୀ ଓ ସୁରେଶ ମେହେରଙ୍କ ନାମରେ ଡ୍ରଗ ଏଣ୍ଡ କସମେଟିକ ଆକ୍ଟ ୧୯୪୦ ରସେକ୍ସନ ୧୭ ବି(ସି), ସେକ୍ସନ ୧୮ (ଏ) (ଆଇ)ଅନୁଯାୟୀ ମକଦ୍ଦମା ଋଜ୍ଜୁ ହୋଇଥିବା ନେଇ ବୌଦ୍ଧ ଭେଷଜ ନିରୀକ୍ଷକ ମୁକେଶ ଧରୁଆ ସୂଚନା ଦେଇଥିବା ଜଣାଯାଇଛି । ଆଜିର ଚଢାଉରେ ବୌଦ୍ଧ ଭେଷଜ ନିରୀକ୍ଷକ ମୁକେଶ ଧରୁଆ, ସୁବର୍ଣ୍ଣପୁର ଭେଷଜ ନିରୀକ୍ଷକ ଉମାକାନ୍ତ ମେହେର ଓ ମନମୁଣ୍ଡା ପୋଲିସ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

13 − two =