ଘରେ ଘରେ ରାସନ ସାମଗ୍ରୀ ପହଞ୍ଚାଇଲେ ସରପଞ୍ଚ

0 165

ଚଣ୍ଡିଖୋଲ : କରୋନା ମହାମାରୀରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କେନ୍ଦ୍ର ସରକାର ହିତାଧିକାରୀଙ୍କୁ ୬ ମାସ ଓ ରାଜ୍ୟ ସରକାର ୨ ମାସ ମାଗଣା ରାସନ ସାମଗ୍ରୀ ଯୋଗାଇବା ପାଇଁ ଘୋଷଣା କରିଛନ୍ତି । ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ସୋଲର ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ନୀଳମଣି ରାଉତ ସରକାରଙ୍କର ଏହି ଯୋଜନାକୁ ଜନସାଧାରଣ ନିକଟରେ ସହଜରେ ପହଞ୍ଚାଇବା ଲାଗି ନୂତନ ପ୍ରୟାସ ଆରମ୍ଭ କରିଛନ୍ତି । “ଆପଣଙ୍କ ସରପଞ୍ଚ ଆପଣଙ୍କ ସେବକ, ହିତାଧିକାରୀ ଘରେ ପହଞ୍ଚିବ ରାସନ ଚାଉଳ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଏହି ଯୁବ ସରପଞ୍ଚା ଫଳରେ ହିତାଧିକାରୀମାନେ ଡିଲରଙ୍କଠାରୁ ନିଜ ଘରକୁ ଚାଉଳ ନେବାକୁ ଯେଉଁ ଅସୁବିଧା ଭୋଗୁଥିଲେ ସେଥିରୁ ମୁକ୍ତ ହେଉଛନ୍ତି । ସରପଞ୍ଚ ଶ୍ରୀ ରାଉତ ଶୁକ୍ରବାରଠାରୁ ଏହି ଯୋଜନା ଆରମ୍ଭ କରି ପ୍ରତ୍ୟେକ ଦିନ ୨ଟି ୱାର୍ଡରେ ଚାଉଳ ପହଞ୍ଚିବ ବୋଲି କହିଛନ୍ତି । ସରପଞ୍ଚଙ୍କର ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ସହ ସମିତିସଭ୍ୟ କ୍ଷେତ୍ରବାସୀ ବାରିଜ ଓ ବହୁ ଯୁବଗୋଷ୍ଠୀ ସହଯୋଗ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

5 + six =