ରାଉରକେଲାରେ ପହଞ୍ଚିବ ଏକାନ୍ତବାସ ଟ୍ରେନ: କରୋନା ଆକ୍ରାନ୍ତଙ୍କ ପାଇଁ ୫୮ ସ୍ଲିପର କୋଚ୍‌କୁ ଆଇସୋଲେସନ ୱାର୍ଡ଼

0 213

ରାଉରକେଲା : କରୋନା ମୁକାବିଲା ପାଇଁ ଲଢ଼ୁଛି ସମଗ୍ର ବିଶ୍ୱ । ସହରଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ପ୍ରସ୍ତୁତି ହୋଇସାରିଛି ସ୍ୱତନ୍ତ୍ର ସଙ୍ଗରୋଧ କକ୍ଷ । ଆସନ୍ତା ମଇ ୩ ଲକଡାଉନ୍ ଖୋଲିବା ପରେ ରାଜ୍ୟ ବାହାରେ ରହୁଥିବା ହଜାର ହଜାର ଶ୍ରମିକ ଫେରୁଥିବା ନେଇ ଉଭୟ ସରକାର ଓ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି । ଆବଶ୍ୟକ ଅନୁଯାୟୀ ସଙ୍ଗରୋଧ କକ୍ଷ ପ୍ରସ୍ତୁତି ହୋଇ ନଥିବାରୁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଭାରତୀୟ ରେଳ ବିଭାଗ ପ୍ରମୁଖ ଟ୍ରେନକୁ ଆଇସୋଲେସନ କକ୍ଷ କରାଯାଇଛି । କୋଚରେ ତିଆରି ହୋଇଛି ହଜାର ହଜାର ସ୍ୱତନ୍ତ୍ର କକ୍ଷ । ଆଉ କେତେକ ଟ୍ରେନରେ ଚାଲିଥିବା କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଦକ୍ଷିଣ-ପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ପାଇଁ ୫୮ ସ୍ଲିପର କୋଚ୍‌କୁ ଆଇସୋଲେସନ ୱାର୍ଡ଼ କରାଯାଇଛି । ଏଥିମଧ୍ୟରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ରାଉରକେଲାକୁ ୬ଟି ଆଇସୋଲେସନ ସ୍ଲିପର କୋଚ୍ ମିଳିଛି । କୋଭିଡ୍ ହସ୍ପିଟାଲରେ ବେଡ୍ ଅଭାବ ଦୂର କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଚକ୍ରଧରପୁର ମଣ୍ଡଳ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

six + 1 =