ଶ୍ରମିକଙ୍କୁ ଛଟେଇ ପ୍ରତିବାଦରେ ଏଆଇୱାଇଏଫର ବିକ୍ଷୋଭ

0 173

ବୌଦ୍ଧ: ସଂପ୍ରତି ଦେଶ କୋଭିଡ ୧୯କୁ ନେଇ ଆତଙ୍କିତ ଅବସ୍ଥାରେ ଥିବାବେଳେ ରାଜ୍ୟରେ ଟ୍ରେଡୟୁନିଅନ ଅଧିକାରକୁ ଛଡେଇନେବା ଶ୍ରମ ଆଇନକୁ ସ୍ଥଗିତ ରଖିବା ଛଟେଇ ତାଲାବନ୍ଦକୁ ସ୍ୱୀକୃତି କାର୍ଯ୍ୟନିର୍ଘଣ୍ଟକୁ ୧୨ଘଣ୍ଟାକୁ ବୃଦ୍ଧି କରିଛନ୍ତି । ଓଡିଶାର ନବୀନ ପଟ୍ଟନାୟକ ସରକାର ଓଧ ସାଙ୍ଗରେ ବଣଭୁଆ ବାଇପରି ବିଜେପିର ଅଦୃଶ୍ୟ ନିର୍ଦ୍ଦେଶରେ କର୍ପୋରେଟ ସ୍ୱାର୍ଥରେ କାର୍ଯ୍ୟ ନିର୍ଘଣ୍ଟକୁ ୮ ଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି ଘୋଷଣା କରିଛନ୍ତି । କରୋନା କବଳରେ ଥିବା ଶ୍ରମିକ ଅଘୋଷିତ ତାଲାବନ୍ଦ ଛଟେଇର ଶିକାର ହୋଇ ତ୍ରାହିତ୍ରାହି ଚିତ୍କାର କରୁଥିବାବେଳେ ସରକାରଙ୍କ ଏହି ନିଷ୍ପତ୍ତି ଦେଶକୁ ସଙ୍କଟ ମଧ୍ୟକୁ ଟାଣିନେବ । ସରକାରଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ଅଖିଳ ଭାରତ ଯୁବସଂଘ ଏଆଇୱାଇଏଫ ବୌଦ୍ଧ ଜିଲ୍ଲାପରିଷଦ ପକ୍ଷରୁ ଛତ୍ରଙ୍ଗଠାରେ ଏକ ବିକ୍ଷୋଭ ରାଜ୍ୟ ସଂପାଦକ ଅବକାଶ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତ ଦେହୁରୀ, ପ୍ରଦୀପ କୁମାର ସାହୁ, ରଞ୍ଜନ କୁମାର ହଂସ, ରମାକାନ୍ତ ଭୋକ୍ତା, ସୁଶାନ୍ତ ରାଉତ, ଟିକୁ ଦଳେଇ, ଅମୀୟ କୁମାର ଷାଣ୍ଢ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

four × two =