ବୌଦ୍ଧରେ ଆଉ ଏକ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୫ ହେଲା

0 2,728

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ କରୋନା ରୋଗୀ ଚିହ୍ନଟ ହୋଇଚାଲିଛନ୍ତି । ଗତ ଦୁଇଦିନ ମଧ୍ୟରେ ୪ଜଣଙ୍କ ନିକଟରୁ କରୋନା ପଜିଟିଭ ବାହାରିଥିବା ବେଳେ ଆଜି ଆଉ ଜଣଙ୍କ ଦେହରୁ ଭୂତାଣୁ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଥିବା କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କଠାରେ ଭୂତାଣୁ ଚିହ୍ନଟ ହେବା ପରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିବା ଜଣାପଡିଛି । ତାଙ୍କୁ ଆଜି ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯିବାକୁ ପ୍ରସ୍ତୁତି ଚାଲିଛି । ଆକ୍ରାନ୍ତ ଜଣକ ବୌଦ୍ଧ ସହରାଞ୍ଚଳର ଓ ସେ ସୁରଟରୁ ଫେରି କ୍ୱାରେଣ୍ଟାଇନରେ ଥିଲେ । ରାଜ୍ୟରେ ଆଜି ନୂତନ ୨୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ରେ ପହଞ୍ଚିଛି । ସେହିପରି ବୌଦ୍ଧରେ ଆଜି ଜଣକୁ ମିଶାଇବା ପରେ ସଂଖ୍ୟା ୫ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ବାଲେଶ୍ୱରରୁ ୧୫, ଗଞ୍ଜାମରୁ ୩, ଯାଜପୁରରୁ ୩, ପୁରୀ ଓ ବୌଦ୍ଧ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

3 × two =