ଫୁଲବାଣୀରେ ସୁପର ସ୍ପେଡ଼ର : ୨ନଂ ୱାର୍ଡ ବ୍ୟତୀତ ସମସ୍ତ ୱାର୍ଡ କଣ୍ଟେନମେଣ୍ଟରେ

0 924

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପାଇଁ ବିପଦ ୨ କରୋନା ଆକ୍ରାନ୍ତ । ବାଲି ପଣସପଡିର କରୋନା ସଂକ୍ରମିତ ଆଇନଜୀବୀ ଓ କେ.ନୂଆଗାଁ ବ୍ଲକ ସାରଙ୍ଗଡ ପଞ୍ଚାୟତର ଭୈରବୀ ମନ୍ଦିର ସାହିରେ ରହୁଥିବା ଜନୈକ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଥିଲେ । ଉଭୟଙ୍କ ଟ୍ରାଭେଲ ହିଷ୍ଟ୍ରୀ ସଂଗ୍ରହ ପରେ ପ୍ରଶାସନର ମୁଣ୍ଡ ବ୍ୟଥା ଆରମ୍ଭ ହୋଇଛି । ଆଇନଜୀବୀ ଫୁଲବାଣୀ ପୌର ପରିଷଦର ସମସ୍ତ ଅଞ୍ଚଳକୁ ନିୟମିତ ଭାବରେ ଯିବା ଆସିବା କରୁଥିଲେ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଣ ଜଣ କରି ବହୁ ଜଣଙ୍କ ସହିତ ମିଶିଥିଲେ ।ଏଣୁ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. ଫୁଲବାଣୀ ପୌର ପରିଷଦର ୱାର୍ଡ ନଂ-୨(ଡାମିଗାଁ) ବ୍ୟତୀତ ଅନ୍ୟ ସମସ୍ତ ୱାର୍ଡ ଗୁଡିକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି । ସେହିପରି ଫୁଲବାଣୀ ପୌର ପରିଷଦକୁ ଲାଗିଥିବା ସାର୍ତ୍ତାଗୁଡ଼ା, କୁମ୍ଭାର ଗୁଡା, ଲେଙ୍ଗେର ସାହି, ତେରାଗୁଡା, ଗୁଦାରି, ସାଇନିପଡା, ଆଇ.ଟି.ଆଇ., ସୁଲୁକେଡି ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି । ସେହିପରି କ. ନୂଆଗାଁ ବ୍ଲକ ସାରଙ୍ଗଗଡର ପୁରୁଣା ସାହି, ବଜାର ସାହି, ଅଶୋକ ନଗର ସାହି, ପାଟଖଣ୍ଡା ସାହି, କଲୋନି ସାହି, ବାହାଡାପଦା, ବିଶୋୟୀ ସାହି, ପାତ୍ର ସାହି, ଶଶିପଡା, ପେଣ୍ଡି ପଦର, ଗୁଣ୍ଡ୍ରାଗାଁ, ସାଲଗୁଡା, ମାଡିଗୁଡା, ଦାଶିଗୁଡା, ସୁର୍ସୁଡି, ବାନେଗାଁ, ଏବଂ ବଣ୍ଡାଗୁଡା ଗ୍ରାମ ପଞ୍ଚୟତର ବଣ୍ଡାଗୁଡା ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ମଧ୍ୟ ଘୋଷଣା କରିଛନ୍ତି । ସାରଙ୍ଗଗଡକୁ ଲାଗିଥିବା ଟେଟ୍ରେଗାଁ, ପାଇବରାସାହି, ବଣ୍ଡୁଡି, ବଣ୍ଡଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଲାବାଡି, ଦାଡି, ଗସାଗୁଡା, ଜିରିଡିକିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜିରିଡିକିଆ, ମଗଡାଙ୍ଗିଆ, କାପୁଗୁଡା, ଗୁଞ୍ଜିଗାଁ, କାଣିବିଡିଆ ଏବଂ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ ଗ୍ରାମ ପଞ୍ଚାୟତର ବାଲ୍‌କିଡାଡି, ମଣିପଦର ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି ।କଣ୍ଟେନ୍‌ମେଣ୍ଟ ଜୋନ୍ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ ଯେ କୌଣସି ପରିସ୍ଥିରେ ମଧ୍ୟ ବାହାରକୁ ନବାହାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି, ଅନ୍ୟ ଅଞ୍ଚଳର ଜନସାଧାରଣଙ୍କୁ ମଧ୍ୟ କଣ୍ଟେନ୍‌ମେଣ୍ଟ ଜୋନ୍ ଅଞ୍ଚଳକୁ ପ୍ରବେଶ ନିଷେଧ କରାଯାଇଛି । କଣ୍ଟେନ୍‌ମେଣ୍ଟ ଜୋନ୍ ଅଞ୍ଚଳଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଘର ନିକଟରେ ପହଞ୍ଚାଇବା ଦିଗରେ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକୀୟ ବନ୍ଦୋବସ୍ତ କରାଯିବ ବୋଲି ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

6 − 3 =