କଟକ ଓ ଖୋର୍ଦ୍ଧାକୁ ସ୍ୱତନ୍ତ୍ର ଫୋକସ

0 113

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ତେବେ କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାରେ ସଂକ୍ରମଣ ପୁରା କମିନାହିଁ । ଯେଉଁଥିପାଇଁ ସମ୍ପୃକ୍ତ ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି । ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେବା ଅବସରରେ ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ସେହିପରି ସେ କହିଛନ୍ତି ଯେ, ସଂକ୍ରମଣ ହାର ଓ ଅନ୍ୟ ତଥ୍ୟକୁ ସମୀକ୍ଷା କରି ଅନଲକ ନିଷ୍ପତ୍ତି ନିଆଯିବ । ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବାଲୋକଙ୍କ ଉପରେ କଟକଣା ଜରୁରୀ । ନିଟ  ପାଇଁ କେନ୍ଦ୍ର ଯାହା ଗାଇଡଲାଇନ ଦେବ ସେହି ଅନୁସାରେ ପରୀକ୍ଷା କରାଯିବ ବୋଲି  ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । 

hiranchal ad1
Leave A Reply

Your email address will not be published.

five − one =