ବିଦେଶୀପକ୍ଷୀଙ୍କ କଳରବରେ ମୁଖରିତ ସାତକୋଶିଆ ଓ ପଦ୍ମତୋଳା ଜଙ୍ଗଲ

0 127

ହରଭଙ୍ଗା: କଳନାଦିନୀ ମହାନଦୀର ଗୋଟିଏ କୁଳରେ ଲମ୍ବି ଯାଇଛି ଉଚ୍ଚନୀଚ ପାହାଡମାଳା । ଅନ୍ୟ ପାଶ୍ୱର୍ରେ ସବୁଜବନାନୀ ମହାନଦୀର ପ୍ରବାହମାନ ନୀଳ ଜଳରାଶି ସାଙ୍ଗକୁ ଘଞ୍ଚ ଅରଣ୍ୟାନୀ କରିଛି ଏ ଅଞ୍ଚଳକୁ ଶୋଭାମୟ । ନଈ, ପାହାଡ ଓ ଜଙ୍ଗଲରେ ଆଦିବାସୀ ବହୁଳ ବୌଦ୍ଧ ଜିଲ୍ଲାକୁ ବିଚିତ୍ର ବର୍ଣ୍ଣବିଭାରେ ସଜେଇ ଦେଇଛି ପ୍ରକୃତିରାଣୀ । ଦୂରପାହାଡର ମଥାନରେ ସକାଳେ ସଞ୍ଜେ ଆଲୋକର ରୂପେଲି ଜ୍ୟୋତ୍ସ୍ନାରେ ବଣ ୟ, ପାହାଡ ଓ ନଈକୁ ବୁଡାଇ ଦିଏ । ଗଛପତ୍ର ଉପରେ ଶିଶିର ବିନ୍ଦୁ ମକ୍ତାଭଳି ଚକମକ କରେ । କଅଁଳ ସୂର୍ଯ୍ୟର କିରଣରେ ଶିତ ଦିନରେ ଏହି ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ଛୁଟି ଆସନ୍ତି ପର୍ଯ୍ୟଟକ । ଏବେ ଶୀତର ପ୍ରକୋପ ବୃଦ୍ଧି ପାଇବା ସଙ୍ଗେସଙ୍ଗେ ବିଦେଶାଗତ ପ୍ରବ୍ରାଜୀ ପକ୍ଷୀଙ୍କ ଆଗମନରେ ଅଧିକ ଶୋଭାମୟ ହୋଇଉଠିଛି ପ୍ରାକୃତିକ ପରିବେଶ । ରୂପାସୀ ନୀଳାମ୍ବୁ ଚିଲିକାର ନଳବଣ ଭଳି ସାତକୋଶିଆ ଗଣ୍ଡ ଅଞ୍ଚଳ କିସମ କିସମର ବିଦେଶାଗତ ପକ୍ଷୀଙ୍କ ସମାଗମ । ଭଳିକି ଭଳି ପ୍ରବାଜୀ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠୁଛି ମହାନଦୀତଟ । ପଦ୍ମତୋଳା ଅଭୟାରଣ୍ୟରେ ବି ବିଦେଶୀ ପକ୍ଷୀଙ୍କ ସମାଗମ । ସେମାନଙ୍କ କାକଳୀରେ ବନଭୂମୀ ମୁଖରିତ । ଘଞ୍ଚ ଅରଣ୍ୟାନୀ ମଧ୍ୟରେ ଥିବା ଜଳାଶୟରେ ବିଦେଶାଗତ ପକ୍ଷୀଙ୍କ ମେଳା । ଉଚ୍ଚଉଚ୍ଚ ଗଛର ଡାଳ ଉପରେ ବିଭିନ୍ନ ରଙ୍ଗ ଓ ଆକୃତିର ପକ୍ଷୀଙ୍କ ଅସ୍ଥାୟୀ ଆବାସ । ସୁଦୂର ସାଇବେରିଆ, ବୁଲଗେରିଆ, କାସ୍ପାୟାନ ସାଗର ଅଞ୍ଚଳରୁ ଶୀତଋତୁ କଟାଇବା ପାଇଁ ଭିଡ ଆସିଛନ୍ତି ହଜାର ହଜାର ପକ୍ଷୀ ।

hiring

ଗଛଡାଳ, କୋରଡି ମହାନଦୀର ନୀଳ ଜଳରାଶୀ ପାଲଟିଛି ସେମାନଙ୍କ ଅସ୍ଥାୟୀ ଆଶ୍ରୟ ସ୍ଥଳୀ । ନୟାଗଡ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ପଦ୍ମତୋଳା ଅଭୟାରଣ୍ୟ ବିଚିତ୍ରବର୍ଣ୍ଣ । ବିଦେଶୀ ପକ୍ଷୀଙ୍କ ସମାଗମରେ ହୋଇଉଠିଛି ଅଧିକ ଶୋଭାମୟ । ସାତକୋଶିଆ ଗଣ୍ଡର ପ୍ରବାହମାନ ନୀଳ ଜଳରାଶିର ଶୋଭାବୃଦ୍ଧି କରୁଛନ୍ତି ବିଦେଶାଗତ ପକ୍ଷୀ । ସେମାନଙ୍କ କିଚିରିମିଚିର ଶବ୍ଦରେ ସୃଷ୍ଟି ହୋଇଛି ଅପୂର୍ବ ଆକର୍ଷଣୀୟ ପରିବେଶ । ନଦୀକୂଳ, ପାହାଡଖୋଲ ଓ ବୃକ୍ଷରାଜି ଏସବୁ ପକ୍ଷୀମାନଙ୍କ ଦ୍ୱାରା ଭରପୂର । ଶୀତଋତୁ ବିଦାୟ ନେଲେ ସେମାନେ ପୁଣି ବାହୁଡିଯିବେ ନିଜ ନିଜ ଦେଶକୁ । ବିଦେଶୀ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ଓ ବନବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପକ୍ଷୀଶିକାର ରୋକିବା ପାଇଁ ସତର୍କ ଦୃଷ୍ଟି ରଖାଯାଇଛି । ସାତକୋଶିଆ ପରବର୍ତ୍ତୀ ଜଙ୍ଗଲ ଓ ପଦ୍ମତୋଳା ଅଭୟାରଣ୍ୟ ବହୁ ପ୍ରକାର ସରୀସୃପ ଭରପୁର । ଅଭୟାରଣ୍ୟ ଭିତରେ ଠାଏଠାଏ ରହିଛି ସୁନ୍ଦର ଜଳାଶୟ । ସେସବୁ ଜଳାଶୟ ଏବେ ପାଲଟିଛି ପ୍ରବ୍ରାଜୀ ପକ୍ଷୀଙ୍କ ଅଭୟ ଆଶୟସ୍ଥଳୀ । କୋଭିଡର ପ୍ରକୋପର ସାମାନ୍ୟ ହ୍ରାସ ପାଇବା ପରେ ଏବେ ଜିଲ୍ଲାରେ ବୃଦ୍ଧି ପାଇଲାଣି । ପର୍ଯ୍ୟଟକଙ୍କ ସମାଗମ । ବିଭିନ୍ନ ଅଞ୍ଚଳରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ ଓ ପିକ୍‌ନିକ୍ ପାର୍ଟି । ଦୂରଦୂରାନ୍ତ ଅଞ୍ଚଳରୁ ଚାଲି ଆସୁଛନ୍ତି ପ୍ରକୃତିପ୍ରେମୀ । ଜିଲ୍ଲାର ବିଭିନ୍ନ ଦର୍ଶନୀୟ ସ୍ଥାନ ମାନଙ୍କରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ ଜମୁଛି । ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରୁଛି ନିଘଞ୍ଚ ଅରଣ୍ୟାନୀର ସବୁଜିମା, ସୁନୀଳ ଆକାଶ ପାହାଡର ବିସ୍ତୃତି, ନଦୀର ନୀଳ ଜଳରାଶି ଓ ନାନା ଜାତିର ପଶୁପକ୍ଷୀ ।

hiranchal ad1
Leave A Reply

Your email address will not be published.

18 − 15 =