ନୟାପଲ୍ଲୀ ୱାର୍ଡ ନଂ ୩୯ରେ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ

0 81

ଭୁବନେଶ୍ୱର: ଅକ୍ଟୋବର ୨ ତାରିଖ ଜାତିର ପିତା ମହାତ୍ମାଗାନ୍ଧୀ ଓ ଲାଲ୍‌ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ ଅକ୍ଟୋବର ମାସ ୨ ତାରିଖରୁ ନଭେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧ମାସ ଧରି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡିଶାର ପ୍ରତ୍ୟେକ ପଞ୍ଚାୟତ ଓ ପ୍ରତ୍ୟେକ ୱାର୍ଡରେ ବିଭିନ୍ନ ଦ ପ୍ରକାର କାର୍ଯ୍ୟକରିବା ପାଇଁ ନିର୍ଦ୍ଦେଷ ଦେଲା ପରେ ଭୂବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ଦ ଅନନ୍ତ ନାରାୟଣ ଜେନାଙ୍କ ପ୍ରେରଣାରେ ନୟାପଲ୍ଲୀ ୱାର୍ଡ ନଂ ୩୯ ଅଧିନରେ ଥିବା ଶାସ୍ତ୍ରୀନଗର କମ୍ୟୁନିଟି ହଲ୍‌ରେ ସମାଜସେବୀ ତଥା ଶ୍ରୀ ମହାବୀର ସାମାଜିକ ସଂଘଠନର ସାଧାରଣ ସଂପାଦକ ଓ ବିଜୁ ଜନତା ଦଳ ଭୂବନେଶ୍ୱର ସାଂଗଠନିକ ଜିଲ୍ଲାର ସଂପାଦକ ମିଳନ କୁମାର ପାଇକରାୟଙ୍କ ନେତୃତ୍ୱରେ ଗତ ରବିବାର ଦିନ ପ୍ରାୟ ୪୦ରୁ ଉର୍ଦ୍ଧ ଗଣମାଧ୍ୟମ ବ୍ୟକ୍ତି ବିଶେଷଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା । ଆସନ୍ତା ସପ୍ତାହରେ ଆଉ କିଛି ଇଲୋକ୍‌ଟ୍ରୋନିକ ଗଣମାଧ୍ୟମ ଓ ଖବରକାଗଜର ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯିବ ବୋଲି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି । ପୁନଃର୍ବାର ଗତକାଲି ପୁଣି ୱାର୍ଡ ନଂ ୩୯ ଅଧିନରେ ଥିବା ଶାସ୍ତ୍ରୀନଗର କମ୍ୟୁନିଟି ହଲ୍‌ରେ ବି.ଏମ୍‌.ସି. କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଅଛି । ଯଥା ୱାର୍ଡ ନଂ ୩୯, ୩୮ ଓ ୩୭ ର ୱାର୍ଡ ଅଫିସର କୃଷ୍ଣଚନ୍ଦ୍ର ସେଠୀ, ରବିନ୍ଦ୍ର ନାଥ ସାହୁ, ନୀଳମାଧବ ବିଶ୍ୱାଳ, କମ୍ୟୁନିଟି ଅର୍ଗାନାଇଜର ନୀବେଦିତା ଦାସ, ସାନିଟାରୀ ଇନ୍‌ସ୍ପେକ୍ଟର ସୁନିଲ କୁମାର ସାହୁ, ରାମକୀ ର ପ୍ରୋଜେକ୍ଟ ହେଡ୍ ସାନ୍ତୁନ କୁମାର ସିଂଙ୍କ ସମେତେ ନୟାପଲ୍ଲୀ ଅଧିନରେ ଥିବା ୩ଟି ୱାର୍ଡର ଆଣ୍ଟିଲର୍ବା ପରିଚାଳକ, ଅଙ୍ଗନୱାଡି କର୍ମୀ ଓ ସହକର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଆଶାଦୀଦୀ, ରାମ୍‌କି ୱାର୍ଡ ପରଚାଳକ, ସହପରିଚାଳକ, ସଫେଇ କର୍ମଚାରୀ, ଜଳଯୋଗାଣ ଦାୟୀତ୍ୱରେ ଥିବା କର୍ମଚାରୀ ଓ କମ୍ୟୁନିଟି ହଲ୍‌ର ସିକ୍ୟୁରିଟି ଗାର୍ଡଙ୍କୁ ଉତ୍ତରିୟ, ପୁଲତୋଡା, ମାନପତ୍ର, ଟ୍ରଫି, ମାସ୍କ ଓ ସାନିଟାଇଜ୍‌ର ପ୍ରଦାନ କରି କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା ଏହି ମହାମାରି କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କୁ ସେବା ଯୋଗାଇ ଦେଇଥିବାରୁ ଏମାନଙ୍କୁ ଆହୁରି ଉତ୍ସାହିତ କରିବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅତୀଥି ଭାବେ ପୂବର୍ତ୍ତନ କର୍ପ?ାରେଟର ନୀଖିଳ ବଳବନ୍ତରାୟ, ସମାଜସେବୀ ବଦ୍ରୀନାରାୟଣ ମିଶ୍ର, ମହାବୀର ସାମାଜିକ ସଂଘଠନର ସଭାପତି ରାଧାବଲ୍ଲଭ ବରାଳ, ସମାଜସେବୀ ମଧୁସୁଦନ ରାଓ ୋରା, ଶାସ୍ତ୍ରୀନଗର ମହିଳା ମହାସଂଘର କୋଷାଧ୍ୟକ୍ଷ ପ୍ରତୀମା ମିଶ୍ର, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସଂପାଦିକା ମଧୁସ୍ମିତା ନାୟକ ଓ ବିଜୁ ଛାତ୍ର ଜନତା ଦଳର ସାଧାରଣ ସଂପାଦିକା ଦେବଶ୍ମିତା ଦାସ ପ୍ରମୁଖ ଯୋଗଦେଇଥିଲେ । ଅନୁଜ ଚନ୍ଦନ ନାୟକ, ଚିତ୍ତରଞ୍ଜନ ନାୟକ, ଶାଶ୍ୱତ ଲେଙ୍କା, ରାକେଶ କୁମାର ଜାଲ୍ଲୀ, ସୁମନ କୁମାର ଜେନା, ବିଶ୍ୱନାଥ ଦେହୁରୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

five × five =