ରାଜ୍ୟରେ ପୁଣି ୧୩୮୪ କରୋନା ପଜିଟିଭ ଚିହ୍ନଟ

0 198

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି କରୋନା ସ୍ଥିତି । ଆଜି ପୁଣି ୨୬ଟି ଜିଲ୍ଲାରୁ ୧୩୮୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୭୩ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୫୧୧ଜଣ ଲୋକାଲ କଣ୍ଟାକ୍ଟ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୧୩, ବାଲେଶ୍ୱର ଜିଲ୍ଲାରୁ ୭୯, ବରଗଡ ଜିଲ୍ଲାରୁ ୩୩, ଭଦ୍ରକ ଜିଲ୍ଲାରୁ ୨୫, ବଲାଙ୍ଗୀର ଜିଲ୍ଲାରୁ ୫୧, କଟକ ଜିଲ୍ଲାରୁ ୮୯, ଢେଙ୍କାନାଳ ଜିଲ୍ଲାରୁ ୧୧, ଗଜପତି ଜିଲ୍ଲାରୁ ୬୧, ଗଞ୍ଜାମ ଜିଲ୍ଲାରୁ ୩୩୧, ଜଗତସିଂହପୁର ଜିଲ୍ଲାରୁ ୨୨, ଯାଜପୁର ଜିଲ୍ଲାରୁ ୧୮, ଝାରସୁଗୁଜା ଜିଲ୍ଲାରୁ ୭, କଳାହାଣ୍ଡି ଜିଲ୍ଲାରୁ ୪, କେନ୍ଦ୍ରାପଡା ୧୧, ଖୋର୍ଦ୍ଧା ଜିଲ୍ଲାରୁ ୨୧୧, କୋରାପୁଟ ଜିଲ୍ଲାରୁ ୯୭, ମାଲକାନାଗିରି ଜିଲ୍ଲାରୁ ୩୯, ମୟୁରଭଞ୍ଜ ଜିଲ୍ଲାରୁ ୨୯, ନବରଗଙ୍ଗପୁର ଜିଲ୍ଲାରୁ ୨୬, ନୟାଗଡ ଜିଲ୍ଲାରୁ ୨୨, ନୂଆପଡା ଜିଲ୍ଲାରୁ ୫, ପୁରୀ ଜିଲ୍ଲାରୁ ୧୭, ରାୟଗଡା ୩୮, ସମ୍ବଲପୁର ୯୩, ସୋନପୁର ୬, ସୁନ୍ଦରଗଡ ୪୬ ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜିର ଚିହ୍ନଟଙ୍କ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୩୬୨୯୭କୁ ବୃଦ୍ଧିପାଇଛି । ଏମାନଙ୍କ ମଧ୍ୟରୁ ୨୧୯୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୦୯୫ଜଣ ଏବେ ମଧ୍ୟ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮୧ଜଣ ସୁସ୍ଥ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × 5 =