ହରଭଙ୍ଗା : ବାରହା ଉଜାଡିଲେ ଧାନଫସଲ, ଚାଷୀ ହତାଶ

0 519

ହରଭଙ୍ଗା: ଚଳିତ ବନ୍ୟାରେ ହରଭଙ୍ଗା ପଞ୍ଚାୟତରେ ବ୍ୟାପକ ଧାନଫସଲ କ୍ଷତି ହୋଇଥିଲା । ଏଥିରେ ଚାଷୀମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ । ଯାହା ବାକି ଫସଲ ବଞ୍ଚିଥିଲା ଏବେ ହରଭଙ୍ଗା ପଞ୍ଚାୟତର, ସମ୍ବଲପୁର ଗ୍ରାମରେ ବାରହା ଉପଦ୍ରବ ଯୋଗୁଁ ଚାଷୀଙ୍କର ପାଚିଲା ଧାନଗଛ କ୍ଷତିଗ୍ରସ୍ତ ହୋଇଛି । ଘଟଣାରୁ ପ୍ରକାଶ ଯେ, ସମ୍ବଲପୁର ଗ୍ରାମର ସନ୍ତୋଷ ପ୍ରଧାନ, ମହେନ୍ଦ୍ର ମହାକୁଡ ଓ ଗଦାଧର ପ୍ରଧାନ ପ୍ରମୁଖ ଚାଷୀ ଅଛନ୍ତି । ଏମାନଙ୍କର ଧାନ ଜମିରେ ୨୦ରୁ ଉଦ୍ଧ୍ୱ ଜଙ୍ଗଲି ବାରହା ଚାଷ ଜମିରେ ପଶି ବ୍ୟାପକ ଫସଲ ହାନି ହେଉଛି । ଦଳଦଳ ବାରହା ଚାଷ ଜମିରେ ପଶି ପାଚିଲା ଧାନ ଗଛ ଦଳି ଚକଟି ଦେଇଛନ୍ତି । ଏ ନେଇ ଚାଷୀମାନେ ହତାଶ ହୋଇପଡିଛନ୍ତି । ଆଜି କ୍ଷତିଗ୍ରସ୍ତ ଚାଷୀମାନେ ହରଭଙ୍ଗା ବନପାଳ କାର୍ଯ୍ୟାଳୟକୁ ଆସି ବାରହା ଉଜାଡି ଦେଇଥିବା ଧାନ ଫସଲର କ୍ଷତିପୂରଣ ପାଇଁ ଦରଖାସ୍ତ ଦେଇଥିଲେ । ହରଭଙ୍ଗା ବନପାଳ ବିଜାୟ ନନ୍ଦ ସାହୁ, ବନରକ୍ଷୀ ଆଶିଷ ମେହେର ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଥିଲେ । ଚାଷୀମାନେ କ୍ଷୟକ୍ଷତି ଭରଣ ପାଇଁ ବନବିଭାଗକୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

ten + eighteen =