କରୋନା ନିୟନ୍ତ୍ରଣ ପାଇଁ ଅନଲାଇନ ସ୍ୱ -ରୋଗ ପ୍ରତିରୋଧକ ଶକ୍ତି ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ

0 216

ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଏବଂ ଆଇ.କ୍ୟୁ.ଏ଼ ସି (ନାକ୍) ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନାଚକ୍ର ର ବିଷୟବସ୍ତୁ ଥିଲା ‘ ଆମେ କିପରି ନିଜେ ନିଜର ରୋଗ ପ୍ରତିରୋଧକ ଶକ୍ତି ପରୀକ୍ଷା କରିପାରିବା” ଏବଂ ସେହି ଅନୁଯାୟୀ ଆମେ କ’ଣ କଲେ କେବଳ କୋଭିଡ- ୧୯ ନୁହେଁ ସମସ୍ତ ପ୍ରକାରର ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିପାରିବା ତାହା ଏଠାରେ ଆଲୋଚନା ହୋଇଥିଲା ।ମହାରାଷ୍ଟ୍ର ର ରାଧୀ ଫାଉଣ୍ଡେସନ ଏବଂ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା। ପ୍ରଥମେ ମହାବିଦ୍ୟାଳୟର କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ମାନଙ୍କର ରୋଗ ରୋଗ ପ୍ରତିରୋଧକ ଶକ୍ତି ସ୍ଵପରୀକ୍ଷା ହୋଇ ଏହାକୁ ଅନ୍ୟ ମହାବିଦ୍ୟାଳୟ ତଥା ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ଏବଂ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଆଲୋଚନାରେ ସ୍ତିରିକୃତ କରାଗଲା । ଏଥିପାଇଁ radhee.com ୱେବସାଇଟ କୁ ଯାଇ ଅନଲାଇନ ମାଧ୍ୟମରେ ଆମେ ଆମର ସ୍ଵପରୀକ୍ଷା କରିପାରିବା ଏବଂ ଏହାକୁ ଯେଉଁ ବ୍ୟକ୍ତିମାନେ ଜନସାଧାରଣ ଙ୍କ ପାଖରେ ପହଞ୍ଚାଇବେ ତାଙ୍କୁ କରୋନା ଯୋଦ୍ଧା ଭାବରେ ରାଧୀ ଫାଉଣ୍ଡେସନ ତରଫରୁ ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବରେ ରାଧୀ ଫାଉଣ୍ଡେସନ ର ପ୍ରତିଷ୍ଠାତା ନିର୍ଦ୍ଧେଶକ ଡ଼ ରୀତା ସାଭଲା ଏବଂ ବର୍ତ୍ତମାନର ନିର୍ଦ୍ଧେଶକ ଅଶିଫ ରେଶମୱାଲା ଯୋଗଦାନ କରି ନିଜର ସାରଗର୍ଭକ ବାଖ୍ୟାନ ଦ୍ଵାରା ସମସ୍ତଙ୍କୁ ରୋଗପ୍ରତିରୋଧକ ଶକ୍ତି ବିଷୟରେ ଅବଗତ କରାଇଥିଲେ । ଅନ୍ୟ ଏକ ଆଲୋଚକ ଭାବରେ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ସମ୍ପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ କିପରି ଅନଲାଇନ ମାଧ୍ୟମରେ ଆମେ ସ୍ଵ ରୋଗପ୍ରତିରୋଧକ ଶକ୍ତି ପରୀକ୍ଷା କରିବା ସେ ବିଷୟରେ ବାଖ୍ୟାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ରାଜ୍ୟ ଯୁବ ରେଡକ୍ରସ୍ ଅଧିକାରୀ ଡ଼ ଅଜୟ କୁମାର ତ୍ରିପାଠୀ ଯୋଗଦାନ କରି ନିଜର ବହୁମୂଲ୍ୟ ଅଭିଜ୍ଞତା କୁ ଉପସ୍ଥାପନା କରିଥିଲେ। ଏହି ଆଲୋଚନାଚକ୍ର ରେ ସଭାପତିତ୍ଵ କରି ମହାବିଦ୍ୟାଳୟର ଅଧକ୍ଷ ପ୍ରକାଶ ଚନ୍ଦ୍ର ବେହେରା ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସମସ୍ତ ଜନସାଧାରଣ ଙ୍କ ପାଖରେ ପହଞ୍ଚେଇବା ପାଇଁ ଆହ୍ୱାନ କରିଥିଲେ ।
ଏହି କାର୍ଯ୍ୟକ୍ରମ କୁ ସଂଯାଜନା କରିଥିଲେ ମହାବିଦ୍ୟାଳୟ ଶିକ୍ଷା ବିଭାଗର ଅଧ୍ୟାପକ ଡ଼ ଦିଲୀପ କୁମାର ଖୁଣ୍ଟିଆ। ଏଥିରେ ରେ ସମୁଦାୟ ୬୦ ଜଣ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିଥିଲେ । ଶେଷରେ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ସୂଚନା ଯୋଗ୍ୟ କି ଓଡ଼ିଶାର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ଵୈ।ଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରାଧୀ ଫାଉଣ୍ଡେସନ ସହ ବୁଝାମଣା କରି ଏହି ରୋଗ ପ୍ରତିରୋଧକ ଶକ୍ତି ପରିଖା କାର୍ଯ୍ୟକ୍ରମ କୁ ଆରମ୍ଭ କରିବାକୁ ଯାଉଛି।

hiranchal ad1
Leave A Reply

Your email address will not be published.

three × 5 =