ପୁରସ୍କାର ବିଜେତା ମାଗ୍‌ମା “ଏମ୍‌-ସ୍କଲାର’ ଷଷ୍ଠ ବର୍ଷରେ ପଦାର୍ପଣ

0 124

ମୁମ୍ବାଇ : କୋଲକତା ସ୍ଥିତ ମାଗମା ଫାଉଣ୍ଡେସନ ମାଗ୍‌ମା “ଏମ୍‌-ସ୍କଲାର ୨୦୨୦’ ନିମନ୍ତେ ନିଜର ମେଧା ତାଲିକା ଘୋଷଣା କରିଛି । ବର୍ଷ ୨୦୧୫ଠାରୁ ମାଗ୍‌ମା ସମାଜର ଆର୍ଥିକ ଅନଗ୍ରସର ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ‘ଏମ୍‌-ସ୍କଲାର’ ପ୍ରଦାନ କରିଆସୁଛି । ନୂତନ ମେଧ ସୂଚୀ ଅନୁଯାୟୀ ହିତାଧିକାରୀଙ୍କ ସଂଖ୍ୟା ୫ଶହରେ ପଦାର୍ପଣ କରିବାକୁ ଯାଉଛି । ମାଗ୍‌ମା “ଏମ୍‌-ସ୍କଲରା’ର ବର୍ଷ ୨୦୨୦ର ମୁଖ୍ୟ ବିଶେଷତ୍ୱ ହେଲା ଚଳିତ ବର୍ଷ ମୋଟ୍ ଅନୁସନ୍ଧାନ କରିଥିବା ସଂଖ୍ୟା ୧୨ଶହ ହୋଇଥିବା ବେଳେ ଅନଲାଇନରେ ମୋଟ ୮୨୫ଟି ଦରଖାସ୍ତ ଆମର ହସ୍ତଗତ ହୋଇଥିଲା ।ଏଥିରେ ୧୨ଗୋଟି ରାଜ୍ୟରୁ ତାଲିକାଭୁକ୍ତ ହୋଇଥିବା ୧୦୮ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୮ଜଣ ପ୍ରତୀକ୍ଷ ସୂଚୀରେ ଥିଲେ । ଏହି ପରିପ୍ରେକ୍ଷୀରେ ଆଂଚଳିକ ସ୍ତରରେ ଶୀର୍ଷ ୧୦୦ଜଣଙ୍କ ମଧ୍ୟରୁ ପୂର୍ବ-୫୧, ପଶ୍ଚିମ-୨,ଉତ୍ତର-୫ ଏବଂ ଦକ୍ଷିଣ କ୍ଷେତ୍ରରୁ ୪୨ଜଣ ଥିଲେ । ଶୀର୍ଷ ସ୍ଥାନ ଅଳଙ୍କୃତ କରିଥିବା ୧୦୦ଜଣଙ୍କ ମଧ୍ୟରୁ ଛାତ୍ର ସଂଖଅ୍ୟା ୪୮ ଥିବାବେଳେ ଛାତ୍ରୀମାନଙ୍କ ସଂଖ୍ୟାଥିଲା ୫୨ । ଆହୁରି ମଧ୍ୟ ଶୀର୍ଷ ୧୦୦ ଜଣଙ୍କ ମଧ୍ୟରୁ ସ୍ନାତକ(କଳା)ରେ ୩୩, ସ୍ନାତକ(ବାଣିଜ୍ୟ)ରେ ୨୩ ଏବଂ ସ୍ନାତକ(ବିଜ୍ଞାନ)ରେ ୧୪ ତଥା ଅନ୍ୟାନ୍ୟ୧ଜଣ ଥିଲେ । ସର୍ବୋଚ୍ଚ ଅଙ୍କ ପ୍‌ରାପ୍ତ କରିଥିବା ଶହେ ଜଣଙ୍କ ମଧ୍ୟରୁ ୯୬ ପ୍ରତିଶତରୁ ଉର୍ଦ୍ଧ୍ୱ ୫୫ଜଣ ଥିଲାବେଳେ ୯୫ ପ୍ରତିଶତରୁ କମ୍ ଥିଲେ ୪୫ଜଣ । ଅଧିକାଂଶ ମେଧାବୀ ଥାତ୍ରଛାତ୍ରୀମାନେ ଗରିବ ପରିବାରରୁ ଆସିଥିଲେ, ଯେଉଁମାନଙ୍କ ପିତାମାତା ସାଧାରଣତଃ ଦିନ ମଜୁରିଆ, ଡ୍ରାଇଭର, ବଢେଇ/ରଙ୍ଗମିସ୍ତ୍ରୀ,ସାଇକେଲ ମରାମତି ମିସ୍ତ୍ରୀ, ଦରଜୀ ଓ କୃଷକ ଥିଲେ ।

hiranchal ad1
Leave A Reply

Your email address will not be published.

11 + fifteen =