ସପ୍ତାହନ୍ତ ସଟ୍ ଡାଉନ୍ ରେ ପ୍ରଶାସନ ପକ୍ଷରୁ ଚେକିଂ କଡ଼ାକଡ଼ି, ଦୁଇଟି ଦୋକାନ ସିଲ୍

0 163

ବାଲିଗୁଡ଼ା: ମହାମାରୀ କରୋନା ଦେଶରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ରାଜ୍ୟରେ ମଧ୍ୟ ଅନେକଙ୍କ ଜୀବନ ନେଲାଣି କିଲର୍ କରୋନା । ବର୍ତ୍ତମାନ ସମୟରେ ସଂକ୍ରମିତଙ୍କ ସଂଖ୍ୟା କିଛି ମାତ୍ରାରେ କହିଥିଲେ ମଧ୍ୟ ବିପଦ ଟଳିନି । ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସରକାର ଲକ୍ ଡାଉନ୍,ସପ୍ତାହନ୍ତ ସଟ୍ ଡାଉନ୍ ଜାରି ରଖିଛନ୍ତି । ଆଜି ସପ୍ତାହନ୍ତ ସଟ୍ ଡାଉନ୍ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ତଥାପି କିଛି ଅମାନିଆ ଦୋକାନ ଖୋଲା ରଖିଥିବା ଖବରପାଇ ବାଲିଗୁଡ଼ା ତହସିଲଦାର ଦୁଇଟି ଦୋକାନ ସିଲ୍ କରିଛନ୍ତି । ଅନ୍ୟପଟେ ସହରର ବିଭିନ୍ନ ସ୍ଥାନରେ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିନା କାରଣରେ ବଜାରରେ ବୁଲୁଥିବା ଅମାନିଆଙ୍କ ନିକଟରୁ ଫାଇନ୍ ମଧ୍ୟ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି । ସେପଟେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଞ୍ଚଳବାସୀ ଘରେ ରୁହନ୍ତୁ ଏବଂ ଏହି ମହାମାରୀ ସହ ଲଢ଼େଇ ରେ ସହଯୋଗ କରିବାକୁ ଅଞ୍ଚଳବାସୀଙ୍କୁ ଅନୁରୋଧ କରିଛନ୍ତି ତହସିଲଦାର ଶଶାଙ୍କ ପାତ୍ର ।

hiranchal ad1
Leave A Reply

Your email address will not be published.

eighteen − twelve =