ବାଣିଗୋଛାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

0 225

ଦଶପଲ୍ଲା :- ସାରା ବିଶ୍ୱରେ ମ୍ୟାଲେରିଆ ତାର ଦବ୍‌ଦବା ଜାହିର କରିଥିବା ବେଳେ, ତାର ସଂପୂର୍ଣ୍ଣ ନିରାକରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ସମସ୍ତ ବିକଶିତ ଓ ବିକାଶଶୀଳ ଦେଶ ମାନେ ତାଙ୍କ ପ୍ରଚେଷ୍ଟା ମଧ୍ୟ ଜାରି ରଖିଛନ୍ତି । ଏହି ରୋଗରେ ପ୍ରତିବର୍ଷ ବହୁ ଲୋକଙ୍କର ଜୀବନ ହାନି ହୋଇଥାଏ ।ସଂକ୍ରମିତ ମାଇ ଆନୋଫିଲିସ୍ ମଶା କାମୁଡିବା ଯୋଗୁଁ ଏହି ରୋଗ ବ୍ୟାପିଥାଏ । ଏହାର ସଂପୂର୍ଣ୍ଣ ନିରାକରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ମ୍ୟାଲେରିଆ ନିରାକରଣ ଯୋଜନା ମାଧ୍ୟମରେ, ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀଙ୍କ ସହଯୋଗରେ ପ୍ରତି ଗ୍ରାମ ଗ୍ରାମରେ ମାଗଣାରେ ରକ୍ତ ପରୀକ୍ଷା କରାଯାଇ, ଆବଶ୍ୟକ ଚିକିତ୍ସା ଓ ମଶାଣି ବଣ୍ଟନ କରାଯାଇ ଥାଏ । ଏହି ମାରାତ୍ମକ ମ୍ୟାଲେରିଆ ରୋଗର ନିରାକରଣ ଓ ସଚେତନତା ସକାଶେ ବିଶ୍ୱ ବ୍ୟାପି ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଜି ନୟାଗଡ଼ ଜିଲ୍ଲାର ଉପାନ୍ତ ଅଂଚଳ ବାଣିଗୋଛା ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଇଥିଲା । ଏହି ବୈଠକରେ ବାଣିଗୋଛା ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. କାଳୀ ପ୍ରସାଦ ଷଡଙ୍ଗୀ ମ୍ୟାଲେରିଆ ରୋଗ ଉପରେ ପୁଙ୍ଖାନୁପଙ୍ଖ ଆଲୋଚନା କରିଥିଲେ । ଫାର୍ମାସିଷ୍ଟ ରବିନାରାୟଣ ବେହେରା ମ୍ୟାଲେରିଆ ରୋଗଠାରୁ କିପରି ଦୂରେଇ ରହିବା ଓ କ\’ଣ ପ୍ରତିଷେଧକ ନେବା ତା ଉପରେ ଗୁରୁତ୍ୱଆରୋପ କରିଥିଲେ । ଏଏନ୍‌ଏମ୍ ସୁନୀତା ମଲ୍ଲିକ, ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀମାନଙ୍କୁ, ମ୍ୟାଲେରିଆ ରୋଗ ନିରାକରଣ ରେ ସହାୟତା କରୁଥିବାରୁ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

11 + twenty =