ଆସୁଛି ପାର୍ବଣ : ନଦୀ ପଠାରେ ହସୁଛି କାଶତଣ୍ଡି

0 147

ହରଭଙ୍ଗା : ପ୍ରକୃତିର ଏକ ବିଚିତ୍ର ସୃଷ୍ଟି । ପାର୍ବଣକୁ ସ୍ୱାଗତ କରିବା ପାଇଁ ସଜାଇ ହେଲାଣି ପ୍ରକୃତି ରାଣୀ । ଆଉ ଦିନ କେଇଟା ପରେ ଆରମ୍ଭ ହେବ ଶାରଦୀୟ ଦୁର୍ଗପୂଜା । ମାଙ୍କ ଆଗମନରେ ଫୁଲକିତ ଧରଣୀରାଣୀ । ଶସ୍ୟଶ୍ୟାମଳା ଧରମୀର ନିଜର ପତିଆର ବିସ୍ତାର କରି ନୀଳ ଆକଶ ତଳେ ଖିଲିଖିଲି ହସୁଛି କାଶତଣ୍ଡି ଫୁଲ । ହରଭଙ୍ଗା ଅଂଚଳର ମହାନଦୀପଠାଠାରୁ ଆରମ୍ଭ କରି ନାଳ, ଝରଣା ଓ ଗହୀର ଘାଟ ଆଦି ଅଂଚଳରେ ଦେଖିବାକୁ ମିଳୁଛି କାଶତଣ୍ଡିର ପସରା, କି ଅପୂର୍ବମୟ ଏ ଦୃଶ୍ୟ । ପ୍ରକୃତିରାଣୀର କୋଳଇ ଅପୂର୍ବ ଆକର୍ଷଣୀୟ ଓ ଅଭିନବ ପରିବେଶ ହୋଇପଡିଛି ନଦୀପଠା ଅଂଚଳରେ । ଏହି ଧୋବ ଫରଫର କାଶତଣ୍ଡିକୁ ଦେଖି କବିମନ ଉତ୍‌ଫୁଲ୍ଲିତ ହୁଏ । ଏ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ କାଶତଣ୍ଡି ନଦୀପଠା ଗୁଡିକରେ ତାର ସତା ବଜାୟ ରଖିଛି । କରୋନା ମହାମାରୀ ସମସ୍ତଙ୍କ ମନରୁ ଖୁସି ଛଡାଇ ନେଇଥିବା ବେଳେ ଦେଖଣାହାରୀଙ୍କ ମନରେ ଚେନାଏ ହସ ଭରି ଦେଇଛି କାଶତଣ୍ଡି । ଏହି ପରିବେଶକୁ ଦେଖି କବି ଭାବୁକ ହୋଇଥାଏ ।

hiranchal ad1
Leave A Reply

Your email address will not be published.

one × 2 =