ରାନୀବଖରୀ ପୁନରୁଦ୍ଧାର ପରେ ପ୍ରଶାସନକୁ ହସ୍ତାନ୍ତରିତ

0 240

ସମ୍ବଲପୁର : ଏହି ଅଞ୍ଚଳର ସମୃଦ୍ଧ ଇତିହାସର ମୁକସାକ୍ଷୀ ରୂପେ ଆଜି ମଧ୍ୟ ଦଣ୍ଡାୟମାନ “ରାନୀବଖରୀ’ର ଇନଟାକ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ଏହାର ଗତକାଲି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଗଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟନ ବିଭାଗ ଏହାର ଦାୟିତ୍ୱ ଗ୍ରହଣ କରି ସଙ୍ଗେ ସଙ୍ଗେ ଏହା ସମ୍ବଲପୁର ମହାନଗର ନିଗମ ହାତକୁ ଟେକି ଦେଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି କରାଯାଇଛି ଯେ ମହାନଗର ନିଗମ ଏହାକୁ ଏକ ଦର୍ଶନୀୟ ସ୍ଥଳୀ ରୂପେ ବିକଶିତ କରି ପରିଚାଳନା କରିବା ପାଇଁ ଅବିଳମ୍ବେ ଏକ ସମିତି ଗଠନ କରୁ । ପୁନରୁଦ୍ଧାର ସମୟରେ ଏହି ଐତିହାସିକ ଭବନ ଠାରେ ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତାବ ରହି ଆସିଛି । ଏଠାରେ ବିଭିନ୍ନ କଳା ପ୍ରଦର୍ଶନୀ ଆୟୋଜନ ପାଇଁ ଯଥେଷ୍ଟ ସମ୍ଭାବନା ରହିଛି କିନ୍ତୁ ଏଥିପାଇଁ ଉଚିତ ରକ୍ଷଣାବେକ୍ଷଣ ଓ ପରିଚାଳନା ଆବଶ୍ୟକ । ଏଣୁ ଏକ ପରିଚାଳନା ସମିତି ଗଠନ କରାଯାଇ, ତାହା ଦ୍ୱାରା ଏହାର ସୁପରିଚାଳନା ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି । ଏହା ସହିତ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏଠାକାର ପାରିପାର୍ଶ୍ୱିକ ବିକାଶ ହେବା ଅତ୍ୟାବଶ୍ୟକ ଓ ଏଥିପାଇଁ ଏହାର ଆଖପାଖ କିଛି ଭୂମି ଅଧିଗ୍ରହଣ କରାଯିବା ଦରକାର ବୋଲି ଆଗରୁ ପ୍ରସ୍ତାବ ରହିଛି । ଏଣୁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରାଯାଇଛି ଯେ ସଦର ତହସିଲଦାରଙ୍କୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଉ ଓ ପର୍ଯ୍ୟଟନ ବିଭାଗ ଏଥିପାଇଁ ଆବଶ୍ୟକ ପାଣ୍ଠିର ବ୍ୟବସ୍ଥା କରୁ ।

hiranchal ad1
Leave A Reply

Your email address will not be published.

3 × four =