ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ଡାକ୍ତର ଗିରଫ

0 3,224

ବୌଦ୍ଧ – ବୌଦ୍ଧ ଜିଲ୍ଲା କଣ୍ଟାମାଳ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତର ଗଞ୍ଜାମ ଜିଲ୍ଲାର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ତପନ କୁମାର ଶତପଥୀ ଫେସବୁକ୍ ଜରିଆରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଂଚଳର ଜଣେ ଝିଅ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ । ପରେ ଉଭୟ ଉଭୟଙ୍କୁ ଭଲ ପାଇବା ପରେ ଡାକ୍ତର ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ନିବିଡ କରିଥିଲେ । ପରେ ଡାକ୍ତର ତାଙ୍କୁ ପ୍ରତାରଣା କରି ଧୋକା ଦେଇଥିବା ଯୁବତୀ ଜଣଙ୍କ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗ ଆଧାରରେ ଡାକ୍ତର ଶ୍ରୀ ଶତପଥୀଙ୍କୁ ଗିରଫ କରିଛି ପୋଲିସ୍ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡାକ୍ତର ତପନ କୁମାର ଶତପଥୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଡାକ୍ତରଖାନାରେ ଗତ ଦୁଇ ବର୍ଷ ଧରି କାର୍ଯ୍ୟରତ ଥିଲେ ।

hiranchal ad1
Leave A Reply

Your email address will not be published.

1 × 2 =