ରାସ୍ତାକଡରେ ରାତି କାଟୁଛନ୍ତି ରୋଗୀଙ୍କ ସଂପର୍କୀୟ

0 122

ସମ୍ବଲପୁର : ସମ୍ବଲପୁର କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ରୋଗୀଙ୍କ ସଂପର୍କୀୟଙ୍କ ସୁବିଧା ଅସୁବିଧା କେହି ବୁଝୁ ନାହାନ୍ତି । ସେମାନଙ୍କ ପାଇଁ ଆଶ୍ରୟସ୍ଥଳୀର ଅଭାବରୁ ସେମାନେ ଆଜି ମଧ୍ୟ ହସ୍ପିଟାଲ ସାମ୍ନାରେ ଖୋଲା ଆକାଶ ତଳେ ରାସ୍ତାକଡରେ ଶୋଇବାକୁ ବାଧ୍ୟ । ଏଠାରେ ଜିଲ୍ଲା ସଦର ହସ୍ପିଟାଲ କାର୍ଯ୍ୟକାରୀ ହେଉଥିବା ସମୟରେ ସେମାନଙ୍କ ପାଇଁ ପରିସର ଭିତରେ କିଛି ସୁବିଧା କରାଯାଇଥିଲା, ଯାହାକି ଏହାକୁ କୋଭିଡ ହସ୍ପିଟାଲ ରୂପେ ଘୋଷଣା ପରେ ବନ୍ଦ କରାଯାଇଛି । ଏହି ହସ୍ପିଟାଲ ଉପରେ କେବଳ ସମ୍ବଲପୁର କାହିଁକି ଆଖପାଖ ଜିଲ୍ଲାର ଗରିବ ଲୋକେ ଆଶ୍ରିତ ରହନ୍ତି ଓ ଉତ୍ତମ ଚିକିତ୍ସା ଆଶାରେ ଏଠାକୁ ଆସନ୍ତି ତଥା ବର୍ତ୍ତମାନ ମଧ୍ୟ ଆସୁଛନ୍ତି । ଏହି ପରିଜନଙ୍କ ସ୍ଥିତି ଅନୁଧ୍ୟାନ କଲାପରେ ଅନେକ ସମ୍ବେଦନଶୀଳ ବ୍ୟକ୍ତି ଓ ସଂଗଠନ ସେମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି । ଆମର ସମ୍ବଲପୁର ପରି କିଛି ସାମାଜିକ ସଂଗଠନ ଏବିଷୟରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ସହିତ ଏ ବିଷୟରେ ଆଲୋଚନା କରିବା ସହିତ ଲିଖିତ ଆବେଦନ ମଧ୍ୟ କରିଛନ୍ତି । ଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏ ବିଷୟରେ ହସ୍ପିଟାଲ ସଂଲଗ୍ନ ଆଇଏମଏ ଭବନଠାରେ ସେମାନଙ୍କ ପାଇଁ ସୁବିଧା କରିବା ଦିଗରେ ଜଣାଇଥିଲେ ଓ ଆଇଏମଏର ଅଧ୍ୟକ୍ଷ ଡା କୋଦଣ୍ଡ ରାଓ ଏଥିପାଇଁ ଭବନର ତଳ ମହଲାରେ ଦୁଇଟି କକ୍ଷ ଦେବା ପାଇଁ ସହମତି ରହିଛି ବୋଲି କହିଥିଲେ । କିନ୍ତୁ ଏସବୁ ଆଲୋଚନାକୁ ଆଜି ସପ୍ତାହେ ଉପର ହୋଇଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଦୃଷ୍ଟି ଗୋଚର ହେଉନାହିଁ ।

hiranchal ad1
Leave A Reply

Your email address will not be published.

3 × 3 =