ପଦୋନ୍ନତି ସମ୍ପର୍କରେ ଆଲୋଚନା କରିବାକୁ ଆସି ଫସିଲେ ଶିକ୍ଷକ

0 1,795

ବୌଦ୍ଧ – ବୌଦ୍ଧ ଜିଲ୍ଲାରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟାରେ ହେଉଥିବା ବିଲମ୍ବକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଆସିଥିବା 3 ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର୍ l ମିଳିଥିବା ସୂଚନା ଅନୁଯାୟୀ ଗତ 12 ତାରିଖରେ ଜିଲ୍ଲାରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଲେଭେଲ୍ V (A )ରୁ V (B )କୁ ଓ ଲେଭେଲ୍ IV ରୁ III କୁ ପଦୋନ୍ନତି ଦେବାରେ ହେଉଥିବା ବିଳମ୍ବ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁଁ 3 ଜଣ ଶିକ୍ଷକ ଆସି ଲିଖିତ ଅନୁମତି ମାଗିଥିଲେ l ଏ ଘଟଣାରେ ଡି. ଇ. ଓ. ପ୍ରତିକ୍ରିୟା ପ୍ରକାଶ କରି ସମ୍ପୃକ୍ତ 3 ସହକାରୀ ଶିକ୍ଷକ ସୁଶିଲ କୁମାର ଭୋଇ ( ଲୁଣିବାହାଲ୍ ଉ. ପ୍ରା. ବିଦ୍ୟାଳୟ), କୁମୁଦ ଚଂଦ୍ର ପ୍ରଧାନ (ପୁରୁଣାକଟକ ନୋଡାଲ ଉ. ପ୍ରା. ବିଦ୍ୟାଳୟ ) ଓ ଗୁପ୍ତେଶ୍ୱର ମିଶ୍ର ( କରଡ଼ି ଉ. ପ୍ରା. ବିଦ୍ୟାଳୟ) ଓଡିଶା ସରକାରୀ କର୍ମଚାରୀ ଆଚରଣ ସଂହିତା 1959 କୁ ଉଲଙ୍ଘନ କରିଥିବା ଡି. ଇ. ଓ. ହରଭଙ୍ଗା ବି.ଇ. ଓ. ଙ୍କୁ ଦେଇଥିବା ପତ୍ର ସଂଖ୍ୟା 3454 ତା. 14. 10. 2020 ରେ ଉଲ୍ଲେଖ କରିଛନ୍ତି | ଶିକ୍ଷକ ମାନଙ୍କ ବିରୋଧରେ ଆଚରଣ ସଂହିତା ଉଲଙ୍ଘନର ଅନେକ ଗୁରୁତର ଅଭିଯୋଗ ଅଣାଯାଇ ଥିବା ବେଳେ ତିନି ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ବି.ଇ.ଓ.ଙ୍କୁ ଚିଠିରେ କୁହା ଯାଇଛି l ଏ ସମ୍ପର୍କରେ ତର୍ଜମା କରି ବି.ଇ. ଓ. ହରଭଙ୍ଗା କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସେ ଉପରେ ସମସ୍ତଙ୍କର ନଜର୍ ରହିଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମହଲରେ ଗଭୀର ପ୍ରତିକ୍ରିୟା ପ୍ରକାଶ ପାଉଛି l ଯୋଗ୍ୟତା ଆଧାରରେ ନିଜର ହକ ପାଇଁ ଅଧିକାରୀଙ୍କୁ ଅନୁରୋଧ କରିବା ଯଦି ଅପରାଧ ତେବେ ଶହ ଶହ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପଦୋନ୍ନତି ପ୍ରକ୍ରିୟାକୁ ଅକାରଣରେ ବିଳମ୍ବ କରିବା କୌଣସ ସରକାରୀ ଅଧିକାରୀଙ୍କ ଅଧିକାର ରହିଛି କି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି l

hiranchal ad1
Leave A Reply

Your email address will not be published.

four × 5 =