କୋଇଲା ପରିବହନକୁ ବିରୋଧ : ଗ୍ରାମବାସୀଙ୍କ ସାମୂହିକ ନିଷ୍ପତ୍ତି ପରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

0 126

ସମ୍ବଲପୁର : ସ୍ଥାନୀୟ ରେଙ୍ଗାଲୀ ବ୍ଳକ ଅନ୍ତର୍ଗତ ଖିଣ୍ଡା ପଞ୍ଚାୟତରେ କୋଇଲା ଖଣି ପାଇଁ ଭୂମି ଅଧିଗ୍ରହଣ ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ରାଜିନାମା ଅନୁସାରେ ନିଯୁକ୍ତି ମିଳି ନାହିଁ । ଏଥିପାଇଁ ଗତ ଅଗଷ୍ଟ ୧୦ ତାରିଖରୁ ସ୍ଥାନୀୟ କର୍ମଜୀବି ଏକତା ସଂଗଠନ ସ୍ଥାୟୀ ନିଯୁକ୍ତି ଦାବିରେ ଅନିର୍ଦ୍ଦିିଷ୍ଟ କାଳ ପାଇଁ ରିଲେ ଅନଶନ ଜାରି ରଖିଛି । ଗତ ଦୁଇବର୍ଷ କାଳ ଦୀର୍ଘ ସଂଘର୍ଷ ପରେ ଗାଁଲୋକେ ଏନଏଲସି ଓ ଆଡାନୀ କମ୍ପାନୀ ବିରୁଦ୍ଧରେ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ପାଖରେ ଗୁହାରି କରିଛନ୍ତି । ଏହାସହିତ ଉକ୍ତ କମ୍ପାନୀଙ୍କ ମନଇଚ୍ଛା କାର୍ଯ୍ୟର ବିରୋଧ ସ୍ୱରୂପ ଗାଁ ବାଟଦେଇ କୋଇଲା ପରିବହନକୁ ବନ୍ଦ କରିଦେବା ପାଇଁ ଚରମବାଣୀ ଶୁଣାଇଛନ୍ତି । ଆଜି ଏବିଷୟରେ ଜିଲ୍ଲାପାଳଙ୍କୁ ପ୍ରଦତ୍ତ ସ୍ମାରକପତ୍ରର ଏକାକିତା ନକଲ ସ୍ଥାନୀୟ ବିଧାୟକ, ସାଂସଦ, ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଖପାଖ ଔଦ୍ୟୋଗିକ ପ୍ରତିଷ୍ଠାନମାନଙ୍କୁ ମଧ୍ୟ ଦିଆଯାଇଛି । ଉକ୍ତ ସ୍ମାରକପତ୍ର ଅନୁସାରେ ପ୍ରାୟ ବର୍ଷେ ପୂର୍ବେ ୫ ଡିସେମ୍ବର ୨୦୧୯ ଦିନ ସ୍ଥାନୀୟ ତପସ୍ୱିନୀ ହଲରେ ଜିଲ୍ଲା ପ୍ରଶାସନ, କମ୍ପାନୀ ଓ ଜନସାଧାରଣଙ୍କୁ ନେଇ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକର ରାଜିନାମାକୁ କମ୍ପାନୀ ପାଳନ କରୁନାହିଁ । ଏହା ବ୍ୟତୀତ ଗତ ଜୁନ ୮ ତାରିଖ ଦିନ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରେଙ୍ଗାଲୀ ବିଧାୟକ ଓ ଖିଣ୍ଡା ସରପଞ୍ଚଙ୍କ ଉପସ୍ଥିତ ରହିଥିଲେ । ଉକ୍ତ ବୈଠକର ରାଜିନାମାକୁ ମଧ୍ୟ କମ୍ପାନୀ ଭୃକ୍ଷେପ କରୁନାହିଁ । କେବଳ ଏତିକି କାହିଁକି, ଖନନ ନିୟମ ୧୯୫୨ ଓ ପ୍ରଦୂଷଣ ନିୟନ୍ତ୍ରଣ ନିୟମର କୌଣସି ସର୍ତ୍ତର୍କୁ କମ୍ପାନୀ ମାନୁନାହିଁ । ଏହି ପରିପ୍ରେକ୍ଷୀରେ ସେମାନେ ସାମୂହିକ ନିଷ୍ପତ୍ତି ନେଇଛନ୍ତି ଯେ ଏଣୁ ଏଣିକି ସେମାନେ ଗାଁ ବାଟଦେଇ କମ୍ପାନୀ ପକ୍ଷରୁ କୋଇଲା ପରିବହନକୁ ସମ୍ପୂର୍ଣ୍ଣ ବିରୋଧ କରିବେ ।

hiranchal ad1
Leave A Reply

Your email address will not be published.

19 + seventeen =