ଅକ୍ଟୋବର ଶେଷ ସପ୍ତାହରେ ହେବ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି

0 165

ଭୁବନେଶ୍ୱର: ପୂଜା ଛୁଟି ପରେ ରାଜ୍ୟରେ ସ୍କୁଲଗୁଡିକ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିଷ୍ପତ୍ତି ନେଇଥିବାରୁ ଚଳିତ ମାସ ଶେଷ ସପ୍ତାହରେ ନିଷ୍ପତ୍ତି ନିଆଯିବା ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି । ତେବେ ଅକ୍ଟୋବର ଶେଷ ସୁଦ୍ଧା କରୋନା ସ୍ଥିତିକୁ ବିଚାରକୁ ନିଆଯାଇ ସ୍କୁଲ ଖୋଲିବ କି ନା\’ ତାହା କୁହାଯାଇପାରିବ । ଏବେଠୁ ଏ ନେଇ କୌଣସି ସୂଚନା ଦେଇହେବ ନାହିଁ । ଆସନ୍ତା ୨୬ ତାରିଖରେ ଶାରଦୀୟଦୁର୍ଗାପୂଜା ପଡୁଥିବାରୁ ସେ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିଛି । ଯଦି ଶେଷ ସପ୍ତାହ ବେଳକୁ କରୋନା ସ୍ଥିତିରେ ଉନ୍ନତି ଘଟିବ ତେବେ ପିଲାଙ୍କ ସ୍ୱାସ୍ଥ୍ୟହାନୀ ନ ହେବା ପାଇଁ ବିଚାର କରି ସ୍କୁଲ ଖୋଲାଯିବ । ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ଭିତରେ ସ୍କୁଲ ଖୋଲିଲେ ଛୋଟ ପିଲା ଏହାକୁ ମାନି ପାରିବେ କି ନା ତାହାକୁ ଚିନ୍ତା କରିବାକୁ ପଡୁଥିବାରୁ କରୋନା ସ୍ଥିତିରେ ଉନ୍ନତି ଘଟିଲେ ଯାଇ ସ୍କୁଲ ଖୋଲାଯାଇପାରେ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × five =