କରୋନା ସଂକ୍ରମଣ ନିୟନ୍ତ୍ରିତ ଯୋଗୁଁ ଲୋକେ ଆଶ୍ୱସ୍ତ

0 102

ସମ୍ବଲପୁର :ପ୍ରାୟ ଦୁଇ ସପ୍ତାହରୁ ଅଧିକ ହେଲା, ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି ଓ ଏହା ସହିତ ସୁସ୍ଥତାହାର ବଢି ୯୪.୭ ପ୍ରତିଶତ ଯାଏଁ ପହଞ୍ଚି ଯାଇଛି । ଆଜିକୁ ୧୬ ଦିନ ହେଲା ସମଗ୍ର ଜିଲ୍ଲାରେ ଦୈନିକ ସଂକ୍ରମଣ ୫୦ ତଳକୁ ରହି ଆସୁଛି, ଯଦିଓ ଏହା ପୂର୍ବରୁ ପ୍ରାୟ ମାସାଧିକ କାଳ ପର୍ଯ୍ୟନ୍ତ ଏହା ଦୈନିକ ଶହେରୁ ଅଧିକ ରହୁଥିଲା । ଦଶହରା ପରି ପାର୍ବଣ ମାସରେ ସ୍ୱାଭାବିକ ଭାବେ ସବୁଆଡେ ଜନଗହଳି ବଢି ଚାଲିଥିଲା ଓ ଲୋକଙ୍କ ମନରେ କରୋନା ପ୍ରତି ଭୟ କମି ଯାଇଥିବାରୁ ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖିବା ପ୍ରତି ଲୋକଙ୍କ ସ୍ପୃହା ମଧ୍ୟ ରହୁ ନଥିଲା । ଏହି ପରିପ୍ରେକ୍ଷୀରେ ଯଦି କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିପାରିଲା, ତାହାଠାରୁ ଅଧିକ ଆଶ୍ୱସ୍ତର ବିଷୟ କଣ ହୋଇ ପାରେ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୩୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସମୁଦାୟ ସଂଖ୍ୟା ୮୦୭୬ ହୋଇଛି ଓ ଏଥିରୁ ୭୬୯୯ ଜଣ ସୁସ୍ଥହୋଇ ଘରକୁ ଫେରିବା ସହିତ ସୁସ୍ଥତାହାର ୯୫.୭୦ ପ୍ରତିଶତ ରହିଛି । ଏହା ବ୍ୟତିତ ଏପର୍ଯ୍ୟନ୍ତ ୩୪ ଜଣଙ୍କ ମୃତ୍ୟୁ ହୋଇଛି ଓ ବାକି ୩୪୩ ଜଣଙ୍କ ବିଭିନ୍ନ ସ୍ଥାନରେ ଚିକିତ୍ସା ଚାଲିଛି ।

hiranchal ad1
Leave A Reply

Your email address will not be published.

6 − 1 =