ବାତ୍ୟା ଆଶଙ୍କା : ୫ଦିନ ପ୍ରବଳ ବର୍ଷା ସମ୍ଭାବନା

0 140

ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋସାଗର ଉପରେ ଲଘୁଚାପ ବଳୟ ଅଧିକ ଘନିଭୂତ ହୋଇ ଅବପାତର ରୂପ ନେଇଛି । ଏବେ ଏହା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଅବପାତ ଆହୁରି ଘନୀଭୂତ ହୋଇ ଗମ୍ଭୀର ଅବପାତରେ ପରିଣତ ହୋଇ ବାତ୍ୟା ଆଶଙ୍କା ସହ ପ୍ରବଳ ବର୍ଷା ସମ୍ଭାବନା ସୃଷ୍ଟି କରିପାରେ । ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟରେ ବର୍ଷାର ପରିମାଣ ବଢିବ । ମାଲକାନାଗିରି,କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିସହ ନବରଙ୍ଗପୁର, କନ୍ଧମାଳ,ପୁରୀ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ କଟକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଏହି ସବୁ ଜିଲ୍ଲାଗୁଡିକୁ ୟୋଲୋ ୱ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ଘଣ୍ଟା ପ୍ରତି ୪୫ରୁ ୫୫ କି.ମି. ବେଗରେ ପବନ ବୋହିବାର ସମ୍ଭାବନା ଥିବାରୁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜିବୀଙ୍କୁ ନ ଯିବା ପାଇଁ ବାରଣ କରାଯାଇଛି ଏବଂ ଯେଉଁମାନେ ସମୁଦ୍ର ମଧ୍ୟରେ ମାଛ ମରା କାମରେ ନିୟୋଜିତ ଅଛନ୍ତି ସେମାନେ ତୁରନ୍ତ କୂଳକୁ ଫେରିଆସିବା ପାଇଁ ପରାମର୍ଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

2 × 5 =