ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି :ବିଜେପି ପକ୍ଷରୁ ବ୍ଲକ ଘେରାଉ

0 93

ପାରଳାଖେମୁଣ୍ଡି : ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ୱ ଘର ଆବଣ୍ଟନରେ ଅନିୟମିତତା ହୋଇଛି । ଏଥିରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି । ତାହାର ପ୍ରତିବାଦରେ ଆଜି ଭାଜପା ପକ୍ଷରୁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଘେରାଉ କରାଯାଇଛି ।
ଗୁମା ମଣ୍ଡଳ ଭାଜପା ସଭାପତି କୃଷ୍ଣଚନ୍ଦ୍ର ବିଶୋଇଙ୍କ ନେତୃତ୍ୱରେ ରାଜ୍ୟ ଭାଜପା ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସାଂପଦିକା ବବିତା ପାତ୍ର, ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ: ନାରାୟଣ ରାଓ , ଜିଲ୍ଲା ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟନାୟକ ଏବଂ ମହିଳା ମୋର୍ଚ୍ଚା ସଂପାଦିକା ଅରୁଣୀମା ସାହୁ ପ୍ରମୁଖ ଗୁମ୍ମା ସ୍ଥିତ ବଜାର ଛକଠାରୁ ଏକ ପ୍ରତିବାଦ ପଟୁଆରରେ ଆସି ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସି ରାଜ୍ୟ ସରକାର ବିରୋଧୀ ସ୍‌ଲୋଗାନ ଦେଇଥିଲେ ।
ପରେ ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ବିଶୋଇଙ୍କ ସଭାପତିତ୍ୱରେ ରାଜ୍ୟ ନେତୃବୃନ୍ଦ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ମହିଳା ମୋର୍ଚ୍ଚାର ବବିତା ପାତ୍ର ପ୍ରମୁଖ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଦୁର୍ନୀତି ସେମାନେ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଥିଲେ ।
ସେମାନେ କହିଥିଲେ ଯେ , ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୨୬ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ ଦେଇଛନ୍ତି । ସେହି ଆବାସ ବଣ୍ଟନରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି । ରାଜାର ନବୀନ ବିଜେଡି ସରକାର ଦଳୀୟ ଭିତ୍ତିରେ ଏହି ଆବଣ୍ଟନ କରି ମହା ଦୁର୍ନୀତି କରିଛନ୍ତି । ବହୁ ଗରିବ ଲୋକ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଂଚିତ ହୋଇଛନ୍ତି ।
ଏହି ବ୍ୟାପକ ଦୁର୍ନୀତିରେ ସଂପୃକ୍ତ ଅଧିକାରୀ ମାନଙ୍କୁ ଦଣ୍ଡ ଦିଆଯିବା ସହ ଯୋଗ୍ୟ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଉ ବୋଲି ଦାବି କରିଥିଲେ ।
ପରେ ବିଡ଼ିଓ ଶ୍ରୀ ନଟବର ଗରଡଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଗୁମ୍ମାବ୍ଲକକୁ ପ୍ରଧାନମନ୍ତ୍ରୀ ଆବାସ ଆସିଥିବା ଓ ବଣ୍ଟନ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସିଦେ୍ଧଶ୍ୱର ମିଶ୍ର , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ପି.ଲତା ସମେତ ଜିଲ୍ଲା ଓ ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା, ବ୍ଲକ ସ୍ତରୀୟ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

fourteen + fourteen =