ଅଧାପନ୍ତରିଆ ଅବସ୍ଥାରେ ସେତୁ ନିର୍ମାଣ କାର୍ଯ୍ୟ: ପୂର୍ଣ୍ଣାଙ୍ଗ ଦାବି

0 1,023

ହରଭଙ୍ଗା: ଆର୍ଥୀକ କ୍ଷମତାକୁ ନେଇ ଦ୍ୱନ୍ଦ୍ୱ ଯୋଗୁ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି ସେତୁ ନିର୍ମାଣ କାର୍ଯ୍ୟ । ଫଳରେ ଗ୍ରାମବାସୀମାନେ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୌଦ୍ଧ ଜିଲ୍ଲାର ଅନଗ୍ରସର ହରଭଙ୍ଗା ବ୍ଲକର ବାଣୀଭୂଷଣପୁର ଗ୍ରାମ ପଞ୍ଚାୟତରେ ସୃଷ୍ଟି ହେଉଛି ଏହି ସମସ୍ୟା । ଗମନାଗମନ ଦୃଷ୍ଟିରୁ ଏକ ଦୁର୍ଗମ ଅଞ୍ଚଳ ରୂପେ ପରିଚିତ ଏହି ପଞ୍ଚାୟତର ବାହାଲି ଗ୍ରାମ । ଗ୍ରାମକୁ ଯିବାକୁ ହେଲେ ଏକ ନାଳ ପଡେ । ଦୀର୍ଘଦିନ ଧରି ଏହି ନାଳ ଉପରେ ପୋଲ ନଥିବାରୁ ଗ୍ରାମବାସୀମାନେ ଅସୁବିଧା ଭୋଗିଥାନ୍ତି । ବର୍ଷାଦିନେ ନାଳ ପାରି ହୋଇଯିବା ଏକ କଷ୍ଟକର ହୋଇଥାଏ । ଆଖପାଖ ଗ୍ରାମର ବାସିନ୍ଦାମାନେ ମଧ୍ୟ ଏକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହି ନାଳ ଉପରେ ସେତୁ ନିର୍ମାଣ ପାଇଁ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାଦ୍ୱାରା ଯୋଜନା କରାଯାଇ ପ୍ରସ୍ତାବ ଗୃହୀତ ହୋଇଥିଲା । ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନା (ମନରେଗା)ରେ ଏହି ସେତୁ ନିର୍ମାଣ କରାଯିବାକୁ ସ୍ଥରୀକୃତ ହୋଇଥିଲା । ତଦନୁଯାୟୀ ପଞ୍ଚାୟତ ପକ୍ଷରୁ ସେତୁ ନିର୍ମାଣ କାର୍ଯ୍ୟ ଚାଲିଲା । ମାତ୍ର ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଆର୍ଥୀକ କ୍ଷମତା ୫ଲକ୍ଷ ଟଙ୍କାରେ ସୀମିତ ଥିବା ବେଳେ, ଏହି ସେତୁର ବ୍ୟୟ ଅଟକଳ ୨୦ଲକ୍ଷ ଟଙ୍କା ହୋଇଥିବାରୁ କାମକୁ ବନ୍ଦ କରିଦିଆଯାଇଛି । ବୌଦ୍ଧ ଡିଆରଡିଏର ନିର୍ବାହୀଯନ୍ତ୍ରୀ ନିର୍ମାଣ କାର୍ଯ୍ୟ ତଦାରଖ କରିବା କଥା କିନ୍ତୁ ବ୍ଲକର କନିଷ୍ଠଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ୨୦ ଲକ୍ଷ ଟଙ୍କା ବ୍ୟୟ କରିବାର ଆର୍ଥୀକ କ୍ଷମତା ନଥିବାରୁ ଏବେ କାମ ବନ୍ଦ ରହିଛି । ଖବର ନେବାରେ ଜଣାଯାଇଛି ଯେ, ଗ୍ରାମାଞ୍ଚଳର ଗମନାଗମନର ସୁବିଧା ପାଇଁ ୨୦୧୮-୧୯ ମସିହାରେ ବୌଦ୍ଧ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାରେ ଏକ ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଥିଲା ଓ କାର୍ଯ୍ୟଦେଶ ଦିଆଯାଇଥିଲା । ସେତୁ ନିର୍ମାଣ ବାବଦରେ ପ୍ରଥମ ଦଫାରେ ୭ଲକ୍ଷ ଟଙ୍କାର ବିଲ୍ ହୋଇଛି । ମାତ୍ର ଏହି ବିଲ୍ ଦିଆଯିବା ପୂର୍ବରୁ ଆର୍ଥୀକ କ୍ଷମତାକୁ ନେଇ ବିବାଦ ଉପୁଜିଲା । ଡିଆରଡିଏର ନିର୍ବାହୀ ଯନ୍ତ୍ରୀ ଏ ସମ୍ପର୍କିତ ଫାଇଲପତ୍ର ଅନୁଧ୍ୟାନ କରିବା ବେଳେ ବ୍ଲକର ସହକାରୀଯନ୍ତ୍ରୀଙ୍କର ୨୦ଲକ୍ଷ ଟଙ୍କା ବିଲ୍ ମଞ୍ଜୁର କରିବାର କ୍ଷମତା ନାହିଁ ବୋଲି ଦର୍ଶାଗଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ନିର୍ବାହୀଯନ୍ତ୍ରୀ ପ୍ରକଳ୍ପ ପରିଦର୍ଶନ କରିବା ସହ କାର୍ଯ୍ୟର ସମସ୍ତ ଫାଇନ ନେଇଯାଇଛନ୍ତି । ଫଳରେ ହୋଇଥିବା ବିଲ୍ ପୈଠ ନହେବାରୁ ଏବେ କାମଟି ବନ୍ଦ ହୋଇପଡିଛି । କିନ୍ତୁ ପୂର୍ବରୁ ଏସମ୍ପର୍କରେ ପଞ୍ଚାୟତକୁ ଅବଗତ କରାଯାଇନଥିଲା । ପଞ୍ଚାୟତ କର୍ତ୍ତୃପକ୍ଷ କାମ କରିଦେଲେ । ଏବେ ଏଥିଯୋଗୁ ଅଧାପନ୍ତରିଆ ଅବସ୍ଥାରେ ବାହାଲି ନାଳ ଉପରେ ନିର୍ମାଣଧିନ ସେତୁ କାର୍ଯ୍ୟ ପଡି ରହିଛି । ପଞ୍ଚାୟତ କର୍ତ୍ତୃପକ୍ଷ ପଡିଛନ୍ତି ହରଡଗଣାରେ । ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ଯୋଗୁ ହଇରାଣ ହେଉଛନ୍ତି ଜନସାଧାରଣ । ଆଦିବାସୀ ଅଧ୍ୟ୍ୟୁଷିତ ପଞ୍ଚାୟତର ୫ଟି ଗ୍ରାମର ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି । ଆଗାମୀ ବର୍ଷା ଋତୁ ପୂର୍ବରୁ ସେତୁର ନିର୍ମାଣ କାର୍ଯ୍ୟ ଶେଷ ନହେଲେ ଯାତାୟତରେ ଅସୁବିଧା ଉପୁଜିବା ବାହାଲି ଓ ପାଶ୍ୱବର୍ତ୍ତୀ ଗ୍ରାମଗୁଡିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିବ । ଏହି ଆଶଙ୍କାରେ ଗ୍ରାମବାସୀମାନେ ଏବେ ଚିନ୍ତିତ । କାହାର ଆର୍ଥୀକ କ୍ଷମତା କେତେ ସେ ସମ୍ପର୍କରେ ଲୋକ ପ୍ରତିନିଧିମାନେ ଅବଗତ ନୁହଁନ୍ତି । ତେଣୁ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡିଆରଡିଏ ଦ୍ୱାରା ଅନୁମୋଦିତ ଏହି ସେତୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏବେ ପଞ୍ଚାୟତର କୌଣସି ଦୋଷ ନଥାଇ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିଦିଆଯାଇଛି । ତେଣୁ ଏହି ଅଗମ୍ୟ ଅଞ୍ଚଳ ଅଧିବାସୀଙ୍କ ସ୍ୱାର୍ଥ ସମ୍ପର୍କରେ ବିଚାର କରି ବୌଦ୍ଧ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିକୋଣରୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏବାବଦରେ ଡିଆରଡିଏର ନିର୍ବାହୀଯନ୍ତ୍ରୀ ଇଂ ଭଞ୍ଜକିଶୋର ମନେହରଙ୍କ ପଚାରିବାରୁ ସେ କହିଲେ ଏହି ସେତୁ ଫାଇଲ ଅଣାଯାଇଛି । ତଦନ୍ତ କରାଯାଇ ସେତୁ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବା ବିଭାଗୀୟ କର୍ତ୍ତୃପକ୍ଷ ଯଥାଶୀଘ୍ର ଅସମ୍ପୂର୍ଣ୍ଣ ସେତୁର ନିର୍ମାର କାର୍ଯ୍ୟ କିପରି ପୂର୍ଣ୍ଣାଙ୍ଗ ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ବାଣୀଭୂଷଣପୁର ସରପଞ୍ଚ ପାତ୍ର ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

20 + eight =