ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ ଫଳ

0 102

ଭୁବନେଶ୍ୱର, : ଆସନ୍ତା ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ (ଦ୍ୱାଦଶ ) ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଦଶମ ଶ୍ରେଣୀ ପରୀକ୍ଷା ମାର୍କ ଆଧାରରେ ଯୁକ୍ତ ଦୁଇ ଶ୍ରେଣୀର ପରୀକ୍ଷାର୍ଥୀମାନଙ୍କୁ ମାର୍କ ଦିଆଯିବ । ଯେଉଁ ଛାତ୍ରଛାତ୍ରୀମାନେ ଏହି ମାର୍କରେ ସନ୍ତୁଷ୍ଟ ନହେବେ, ସେମାନଙ୍କୁ କରୋନା ସ୍ଥିତି ସ୍ୱାଭାବିକ ହେବା ପରେ ଅଫଲାଇନରେ ପରୀକ୍ଷା ଦେବା ପାଇଁ ସୁଯୋଗ ସୃଷ୍ଟି କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟି ଏ ସଂପର୍କିତ ନିଷ୍ପତ୍ତି ଜଣାଇବା ପରେ ଆଜି ମୂଲ୍ୟାୟନ ପଦ୍ଧତି ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା । କରୋନା ମହାମାରୀର ଭୟାବହତା ଦୃଷ୍ଟିରୁ ଅନ୍ୟ କୌଣସି ବିକଳ୍ପ ନଥିବାରୁ ସରକାର ଏହାକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପିଲାମାନଙ୍କ ପାଇଁ ଏହି ପଦ୍ଧତି ଅବଲମ୍ବନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

four × 5 =