ନିଆରା ଢଙ୍ଗରେ ରଜ ପାଳିଲେ ତହସିଲଦାର

0 196

ଚଣ୍ଡିଖୋଲ : ବଡଚଣା ବ୍ଲକ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ ସୋଲର ପଞ୍ଚାୟତ ପାଇକରାପୁର ସ୍ଥିତ ସେବକ ଜରାଶ୍ରମରେ ବୃଦ୍ଧବୃଦ୍ଧାଙ୍କ ଗହଣରେ ରଜ ପାଳିଛନ୍ତି । ରଜର ତୃତୀୟ ଦିନରେ ତହସିଲଦାର ଶ୍ରୀ ସେଠୀ ଜରାଶ୍ରମରେ ଡାଳିମ୍ବ, ସେଓ ସହ ଅନ୍ୟାନ୍ୟ ଫଳ, ବିସ୍କୁଟ, ଚୁଡା ସହ ମାସ୍କ ଆଦି ବଣ୍ଟନ କରିଥିଲେ ।

hiring

ସେହିପରି ଦର୍ପଣ ତହସିଲଦାର ଶ୍ରୀ ସେଠୀ ପହିଲି ରଜରେ ସମିଆଁ ପଞ୍ଚାୟତ ବୁଢାକେନ୍ଦୁଆସ୍ଥିତ ଅନାଥ ଆଶ୍ରମ ପରିଦର୍ଶନ କରି କୁନି କୁନି ପିଲାଙ୍କ ସହ ରଜ ପର୍ବ ପାଳନ କରିଥିଲେ । ଏହି ଅବସରରେ ମିଠା, ଫଳମୂଳ, ବିସ୍କୁଟ, ମାସ୍କ, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରିଥିଲେ । ତହସିଲଦାରଙ୍କ ମହାନତା, ସମାଜସେବୀକୁ ବଡଚଣା ଅଂଚଳର ଜନସାଧାରଣ ଖଉବ୍‌ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen + 7 =