ଫଳକ ମାରି ଦାୟିତ୍ୱ ସାରିଦେଲା ବନ ବିଭାଗ !

0 170

ଦଶପଲ୍ଲା : ବନ୍ୟପ୍ରାଣୀଙ୍କ ପାଇଁ ମରଣଯନ୍ତା ପାଲଟିଛି ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ବାଣିଗୋଛା ପଶ୍ଚିମ ବନାଂଚଳ, ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ରାଜପଥର ଶାଳଭଂଗା ଜଂଗଲ । ପ୍ରତିବର୍ଷ ଏହି ସ୍ଥାନରେ ଶହଶହ ବନ୍ୟଜନ୍ତୁ ଦ୍ରୁତଗାମୀ ଗାଡି ଧକ୍କାରେ ମୃତ୍ୟୁବରଣ କରୁଥିବାବେଳେ, ବନ ବିଭାଗ ଏହାର ଟେର୍‌ ବି ପାଇନଥାଏ । କିନ୍ତୁ ଅଳ୍ପଦିନ ତଳେ ଏକ ଦ୍ରୁତଗାମୀ ଅଜଣା ଗାଡି ଧକ୍କାରେ, ଏକ ବିରଳ ପ୍ରଜାତିର ଚିତ୍ତାବାଘର ମୃତ୍ୟୁ ପରେ ବନ ବିଭାଗର ନିଦ୍ରାଭଂଗ ହୋଇଛି । ମହାବାତ୍ୟାକୁ ତାଟିବାଡ ଭଳି କେବଳ କେତୋଟି ଫଳକମାରି ବନ ବିଭାଗ ତା’ର ଦାୟିତ୍ୱ ସାରିଦେଲାଭଳି ମନେ ହେଉଛି । ଏଠି ପ୍ରଶ୍ନ ଉଠୁଛି , ଫଳକ ନିର୍ଦ୍ଦେଶାବଳୀକୁ କ’ଣ ଗାଡି ଚାଳକ ମାନିବେ ? ଏହାକ’ଣ ବନ୍ୟପ୍ରାଣୀ ସୁରକ୍ଷାର ଏକମାତ୍ର ସମାଧାନ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଦେଖିବାକୁ ବାକି ରହିଲା , କେବେ ହେଉଛି ଏ ସମସ୍ୟାର ସ୍ଥାୟୀ ସମାଧାନ ।

hiranchal ad1
Leave A Reply

Your email address will not be published.

20 − 15 =