ମୌସୁମୀ ବର୍ଷାରେ ଘର ଭାଙ୍ଗିଲା, ସରକାରୀ ସାହାଯ୍ୟ ଅପେକ୍ଷାରେ ଭଜରାମ

0 189

ବଲାଙ୍ଗୀର : ବର୍ଷା ଋତୁ ଆରମ୍ଭ ହେଉଣୁ ଭୁଷୁଡି ଗଲା ଘର । ସଂଯୋଗ କ୍ରମେ ବଞ୍ଚିଗଲା ଜୀବନ କିନ୍ତୁ ଆଖିରୁ ହଜାଇ ଦେଇଛି ନିଦ । ମୁଣ୍ଡ ଗୁଞ୍ଜିବେ କେମିତି ? ରହିବେ କିପରି ? ବୟସ, ଅର୍ଥାଭାବ ଇତ୍ୟାଦି କାରଣରୁ ଘର ସଜାଡିବା କାଠିକର ପାଠ । ବିପଦ ପୂର୍ଣ୍ଣ ଜାଣି ସୁଦ୍ଧା ଭାଗ୍ୟ ଆଦରି ରହୁଥିଲେ ୭୦ରୁ ଅଧିକ ବୟସ୍କ ଭଜରାମ ଚନ୍ଦନ ଓ ସ୍ତ୍ରୀ ଫୁଲ ଚନ୍ଦନ । ଜୀବନ ବଞ୍ଚିଗଲା କିନ୍ତୁ ଦୁଃଖ ବଢାଯାଇଛି ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଳକ ବୁବେଲ ପଞ୍ଚାୟତ ବେଲବାହାଲି ଗାଁର ଏ ଦମ୍ପତିଙ୍କ । ଖଟି ଖାଇବା ମେହନତି ଜୀବନ ବଞ୍ଚି ଶିଖିଥିବା ସନ୍ତାନ ହୀନ ଦମ୍ପତିଙ୍କ ଉପରେ କେବେ ପଡିବ ପ୍ରଶାସନର ଦୃଷ୍ଟି? ସମସ୍ତଙ୍କ ପାଇଁ ପକ୍କା ଘର ସରକାରୀ ଘୋଷଣା ଓ କାର୍ଯ୍ୟାକାରିତା ଉପରେ ଉଠୁଛି ପ୍ରଶ୍ନ । ଜିଲ୍ଲାରେ ବାରମ୍ବାର ହିତାଧିକାରୀ ଚୟନ ନେଇ ଅଙ୍ଗୁଳି ଉଠୁଛି କିନ୍ତୁ ଯେଷାକୁ ତେଷା । ସଲାସୁତୁରା ଜାଣି ନ ଥିବା ଖଟିଖିଆ ସାଧାରଣ ମେହନତି ଲୋକ ଘରଟିଏ ପାଇଁ ଦିନ ଗଣୁଥିବା ବେଳେ ଅପେକ୍ଷାର ଅନ୍ତ ହେଉ ନାହିଁ । ଚାହିଁ ଚାହିଁ ବିତି ଯାଉଛି ବର୍ଷ ପରେ ବର୍ଷ । ସରକାରୀ ସାହାଯ୍ୟ ଅପେକ୍ଷାରେ ଭଜରାମ । ଶୀଘ୍ର ପ୍ରଶାସନ ପଦକ୍ଷେପ ନେବାକୁ ଦାବୀ ହେଉଛି । କେବେ, କିପରି ପ୍ରଶାସନ ବଢାଇବ ସହଯୋଗର ହାତ ସମୟ କହିବ ।

hiranchal ad1
Leave A Reply

Your email address will not be published.

eighteen − 5 =