ବୌଦ୍ଧ/ ଜହ୍ନାପଙ୍କ,୨୮/୫;ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଗୁଢିଆଳି ଗ୍ରାମରେ ଗୁରୁବାର ମେଡ଼ିକାଲ ଟିମ ପକ୍ଷରୁ ଆଣ୍ଟିଜେନ ଟେଷ୍ଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି।ତେବେ ଏଥିରେ ସଂଖ୍ୟାଧିକ କରୋନା ପଜିଟିଭ ବାହାରିଥିବା ଜଣାପଡିଛି।ଏହା ଅଧିକ କିପରି ସଂକ୍ରମଣ ନହେବ ସେଥିପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ପୂର୍ବାହ୍ନରେ ବୌଦ୍ଧ ବ୍ଳକ ଷ୍ଟାଫ ଓ ମେଡିକାଲ ଷ୍ଟାଫ ଉପସ୍ଥିତିରେ ସରପଞ୍ଚ ରାଜେନ୍ଦ୍ର କୁମାର ମେହେର ୨୮ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଏବଂ ଗାଁର ପ୍ରବେଶ ପଥରେ ବାଉଁଶ ବାଡ ଦେଇ ପ୍ରବେଶ ପଥକୁ ସିଲ କରିଛନ୍ତି। ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଗୁଢ଼ିଆଳୀ ଗ୍ରାମରୁ ଜରୁରୀ ସେବା ବ୍ୟତୀତ ଅନ୍ୟ କୌଣସି କାମରେ ବାହାରକୁ ନଯିବା ଓ ବାହାର ଗାଁର ଲୋକ ଗୁଢିଆଳି ଗ୍ରାମକୁ ନଯିବା ପାଇଁ ଘୋଷଣା କରାଯାଇଛି।ତେବେ ପଜିଟିଭ ବାହାରିଥିବା ଅଧିକାଂଶ ବ୍ୟକ୍ତିଙ୍କ ଘରେ ଗୃହାବଦ୍ଧ ପାଇଁ ସମସ୍ତ ସୁବିଧା ସୁଯୋଗ ନଥିବାରୁ ଗାଁ ସ୍କୁଲରେ ଟି ଏମ୍ ସି ସେଣ୍ଟର ଖୋଲିବାକୁ ଗ୍ରାମବାସୀ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.