ସାମାଜିକ କାର୍ଯ୍ୟ ପାଇଁ ଗଠିତ ହେଲା ଅରୁନ୍ଧତୀ ଫାଉଣ୍ଡେସନ, ବଲାଙ୍ଗୀର ଠାରେ ହେବ ପ୍ଲାଗସିପ ଗହଣା ସୋ ରୁମ୍

0 92

ବଲାଙ୍ଗୀର- ରାଜ୍ୟର ଅଗ୍ରଣୀ ଗହଣା ବ୍ରାଣ୍ଡ ଅରୁନ୍ଧତୀ ଜୁଏଲରସ୍ ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ଏକ ସାମ୍ବାଦିକ ସମ୍ମିଳନୀରେ ଅରୁନ୍ଧତୀ ଫାଉନଡେସନ୍ ଗଠିତ ହେବା ପ୍ରକାଶ କରିଛନ୍ତି। ବଲାଙ୍ଗୀର ଠାରୁ ଆରମ୍ଭ ହୋଇଥିବା ଅରୁନ୍ଧତୀ ଗଳ୍ପ ଅପ କମ୍ପାନୀ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ଓ ପରିଚୟ ହାସଲ କରିଛି । ଆସନ୍ତା ଜୁଲାଇ 2ତାରିଖରେ ବଲାଙ୍ଗୀର ଠାରେ ନୂଆ ଅତ୍ୟାଧୁନିକ ଫ୍ଳାଗସିପ୍ ସୋ ରୁମ୍ ଉଦଘାଟନ ଓ 21ବର୍ଷ ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ସମାଜିକ ଦାୟିତ୍ୱ ନିର୍ବାହ କରିବା ଅରୁନ୍ଧତୀ ଫାଉନଡେସନର ଲକ୍ଷ୍ୟ ବୋଲି କହିଥିଲେ। ଶୁଦ୍ଧତା, ଗ୍ରାହକ ସେବା ସନ୍ତୁଷ୍ଟି ସଫଳତାର ମନ୍ତ୍ର । କେବଳ ବ୍ୟବସାୟ ନୁହେଁ ସାମାଜିକ କାର୍ଯ୍ୟ କରିବୁ ବ୍ଳୁ ପ୍ରଣ୍ଟି ତିଆରି ହୋଇଛି ବୋଲି ଶ୍ରୀଯୁକ୍ତ ମେହେର କହିଥିଲେ। ନୂଆ ଶୋ ରୁମରେ ଆନ୍ତର୍ଜାତୀୟ ଡିଜାଇନ୍ ସୁନା,ହୀରା,ରୂପା ଗହଣା ସହ ପ୍ରିମିୟମ ବ୍ରାଣ୍ଡ ହାତଘଣ୍ଟା ଗ୍ରାହକ ପାଇବେ ।ଶୁଭାରମ୍ଭ ଠାରୁ ରଥଯାତ୍ରା ଯାଏ ପ୍ରତ୍ୟେକ କ୍ରୟରେ ଅଫର ରହିବ ବୋଲି ସୂଚନା ଦିଆଯାଇଛି।

hiranchal ad1
Leave A Reply

Your email address will not be published.

ten − 3 =