କଣ୍ଟେନମେଣ୍ଟ ଜୋନ ଅଂଚଳର ଚାଷୀ ଚିନ୍ତିତ

0 237

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଆଜି ଯାଏ ମିଳିଥିବା ଜିଲ୍ଲାର ସମସ୍ତ 1541ରିପୋର୍ଟ ନିଗେଟିଭ I ଏପରିକି ଲିଖିରିଆ ଠାରେ ଗତ 1ମେରେ ଦୁଇ ଜଣ ଯୁବକଙ୍କ ରିପୋର୍ଟ ପୋଜିଟିଭ ଜଣାଯିବା ପରେ ଗୁଡଭେଲା, ଦେଓଗା ଓ ତୁଷାରା ର କଣ୍ଟେନମେଣ୍ଟ ଜୋନ ଅଂଚଳର 700ରୁ ହସ୍ତଗତ 400ରିପୋର୍ଟ ନିଗେଟିଭ ଅଛି I କଡା କଟକଣା ହେତୁ କଣ୍ଟେନମେଣ୍ଟ ଅଂଚଳରେ ଜନ ଜୀବନ ପ୍ରଭାବିତ ବିଶେଷ କରି ଡାଲୁଅ ଧାନ ପାଚିବା ଅବସ୍ଥାରେ ଥିଲେ ସୁଦ୍ଧା ଅମଳ କରାଯାଇ ପାରୁନାହିଁ I କଣ୍ଟେନମେଣ୍ଟ କଟକଣା କେବେ ସରିବ କିଛି ସ୍ପଷ୍ଟ ସୂଚନା ନାହିଁ Iଏଇଥି ପାଇଁ ଚାଷୀ ଚିନ୍ତାରେ ଅଛନ୍ତି I ଆକାଶରେ ମେଘ ବାଦଲ ଦେଖିଲେ ହଜି ଯାଉଛି ନିଦ, ଧାନ କାଟିବା ଓ ଅମଳ ଅନୁମତି ମିଳୁ ନ ଥିବା ଅଭିଯୋଗ କରିଛନ୍ତି I

hiring

ପାଣି ପଂଚାୟତ ସଂପାଦକ ଲକ୍ଷ୍ମଣ ପୋଢ ଓ ଯୋଗୀ ସାଗର ପାଣି ପଂଚାୟତ ସଭାପତି ବେଣୀମାଧବ ହୋତା ସେମାନଙ୍କ ସୂଚନା ଅନୁସାରେ ଦେଓଗାରେ 50ରୁ ଅଧିକ ଚାଷୀଙ୍କ 150ରୁ 200ଏକର ଡାଲୁଅ ଚାଷ ହୋଇଛି I ହଠାତ୍ କଣ୍ଟେନମେଣ୍ଟ ଜୋନ ଘୋଷଣା ହେତୁ ଅପ୍ରସୁତ ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅଭାବ ବଢୁଛି, ଅନୁମତି ପାଇଥିବା ବ୍ୟବସାୟୀ ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି I କଟକଣା କୋହଳ ବିଚାର କରିବା ପାଇଁ ଚାଷୀମାନେ ଅନୁରୋଧ କରୁଛନ୍ତି I

hiranchal ad1
Leave A Reply

Your email address will not be published.

4 × four =