ଫୁଲବାଣୀ,୧୭/୦୧- ସ୍ଥାନୀୟ ସେଣ୍ଟ୍ରାଲ ସ୍କୁଲ ପଛ ପାଖ (ମୂଳଗୁଦାରୀ) ନେଚରରିଟ୍ରିଟ ଠାରେ କନ୍ଧମାଳ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟର ସାଧାରଣ ପରିଷଦ ବୈଠକ ଏବଂ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓ ୟୁ ଜେ ସଭାପତି ପ୍ରଶନ୍ନ ମହାନ୍ତି ଅନ୍ୟତମ ଅତିଥି ଭାବେ ଓୟୁଜେ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ, ଉପସଭାପତି କ୍ରିସାନ ରାଉତ, ଆଚାର୍ଯ୍ୟ ବିଶ୍ବରଞ୍ଜନ, ପ୍ରମୋଦ ସାମନ୍ତରାୟ, ଅମୁଲ୍ୟ ସ୍ବାଇଁ ଯୋଗଦେଇଥିବା ବେଳେ ଅତିଥି ସ୍ବାଗତ କନ୍ଧମାଳ ଶାଖାର ସାଧାରଣ ସମ୍ପାଦକ ବ୍ରଜମୋହନ ନାୟକ କରିଥିବାବେଳେ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଓୟୁଜେ ରାଜ୍ୟ ତଥା ଜିଲ୍ଲାରେ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ଦୀର୍ଘ ୫୦ ବର୍ଷ ହେଲା କାର୍ଯ୍ୟ କରୁଛି । ଏହି ଅବସରରେ ଆଜି ଅୟୋଜିତ ସାଧାରଣ ପରିଷଦ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ କନ୍ଧମାଳର କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଓ ଉନ୍ନତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ ରଖାଯିବା ପାଇଁ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।