ଅଚିହ୍ନା ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଲେ ହରଭଙ୍ଗା ବିଡିଓ

0 1,058


ବୌଦ୍ଧ,୧୯/୧ – ଜଣେ ଅପରିଚିତ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରି ନିଜର ମାନବିକତାର ପରିଚୟ ଦେଇଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳକଣ୍ଠ ବେହେରା l ପଇସା ଅଭାବରୁ ଡାକ୍ତରୀ ଚିକିତ୍ସା ପାଇଁ ଜୁନାଗଡ଼ରୁ ଘରୋଇ ରଘୁନାଥ ବସ ରେ କଟକ ବଡ ମେଡିକାଲ କୁ ଯାଉଥିବା ସମୟରେ ହରଭଙ୍ଗା ବ୍ଲକ ଚାରିଛକ ନିକଟରେ ବସ ଭିତରେ କିଡ଼ନୀ ରୋଗୀ ମହିଳାଙ୍କ ମୃତ୍ୟୁ ହୋଇଥିଲା l ମୃତ ମହିଳା ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା (ଜୁନାଗଡ଼)ମୁରଗୁଡା ପଂଚାୟତ ର ଚିଲଗୁଡା ଗ୍ରାମର ନମିତା ନାୟକ (24) l ନମିତାର ମୃତ୍ୟୁ କଥା ଶୁଣି ଚାରିଛକ ଠାରେ ରାତ୍ରି 1ଟା ସମୟରେ ମୃତ ଶରୀର ସହିତ ଯାଉଥିବା ଚାରି ଜଣଙ୍କୁ ମଧ୍ୟ ବସରୁ ଓଲ୍ହାଇ ଦେଇଥିଲେ କଣ୍ଡକ୍ଟର l ରାତ୍ରିରେ ଖବର ପାଇ ପୁରୁଣାକଟକ ଥାନା ଅଧିକାରୀ ପଚରା ଉଚରା କରି ହରଭଙ୍ଗା ବିଡ଼ିଓ ଙ୍କୁ ଏ ବାବଦରେ ଜଣାଇ ଥିଲେ l ବିଡ଼ିଓ ସକାଳ 7ଟାରେ ମହାପ୍ରଣୟ ଗାଡି ଡକାଇ ଗାଡି ତେଲ ଖର୍ଚ୍ଚ ଓ ଅସହାୟ ବ୍ୟକ୍ତିଙ୍କ ବାଟଖର୍ଚ୍ଚ ବାବଦରେ 5000ଟଙ୍କା ଦେଇ ଏବଂ ଥାନା ଅଧିକାରୀ ଉପସ୍ଥିତିରେ ମରଶରୀରକୁ ମୃତ ପରିବାରଙ୍କ ବାସଭବନକୁ ପଠାଇ ଥିଲେ l ଏଣୁ ସ୍ଥାନୀୟ ଲୋକେ ବିଡ଼ିଓଙ୍କ ଏହି ସହାୟତା କୁ ପ୍ରଶଂସା କରିଛନ୍ତି |

hiranchal ad1
Leave A Reply

Your email address will not be published.

4 × four =