ଆମ ପରିବାର ପକ୍ଷରୁ ପରିବେଶ ସଚେତନତା ସଭା

0 599


ବୌଦ୍ଧ,୧୦/୧- ପରିବେଶ ସୁରକ୍ଷିତ ହେଲେ ଆମେ ସୁରକ୍ଷିତ ହେବା ଏହି ବାର୍ତ୍ତା ନେଇ’ ଆମପରିବାର ‘ ପକ୍ଷରୁ ଖଟଖଟିଆ ପଂଚାୟତ ର ବ୍ରାହ୍ମଣୀ ସଂରକ୍ଷିତ ଜଙ୍ଗଲ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ରଂଜୁ ଅମାତଙ୍କ ଆବହକତ୍ୱରେ ଅନୁଷ୍ଠିତ ସଭାରେ ଆମପରିବାର ର ଅଧ୍ୟକ୍ଷ ଲଳିତ ବସ୍ତିଆ ସଭାପତିତ୍ୱ କରି ଜଂଗଲ ର ସୁରକ୍ଷା ସହିତ ବନ୍ୟପ୍ରାଣୀ କିପରି ସୁରକ୍ଷିତ ରହିବେ ଓ ମୂଲ୍ୟବାନ ବନସମ୍ପଦ ର ସୁରକ୍ଷା । ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର କରାଯାଇ ଆଗାମୀ ଦିନରେ ଜନସଚେତନତା ର ଆବଶ୍ୟକତା ରହିଥିବା କଥାକୁ ଗୁରୁତ୍ୱାରୋପ କରିଥିଲେ ।ଆମପରିବାର ର ସଂପାଦକ ଭାର୍ଜନ କୁମାର ପ୍ରଧାନ ଆଗାମୀ ଦିନରେ କିପରି ଏହି ସଚେତନତା କାର୍ଯ୍ୟକ୍ରମ ତୃଣମୂଳ ସ୍ତରରୁ କରାଯିବ ସେ ସମ୍ପର୍କରେ ପ୍ରସ୍ତୁତ ହୋଇଥିବା ଯୋଜନାର ରୂପରେଖ ଉପରେ ଆଲୋକପାତ କରିଥିଲେ । ଏଥିରେ ଆମପରିବାର ର ଉପସଭାପତି କେଶବ ପ୍ରଧାନ, କୋଷାଧ୍ୟକ୍ଷ ଫକୀରମୋହନ ବସ୍ତିଆ, ସଂଯୋଜକ ଅଜିତ ବସ୍ତିଆଙ୍କ ସହ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର/ଛାତ୍ରୀ ପ୍ରମୁଖ ଯୋଗ ଦେଇ ଆମପରିବାର ର କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନସୀ ବସ୍ତିଆ, ସ୍ନେହଲତା ପ୍ରଧାନ,ମମତା ମହାକୁଡ଼,ପ୍ରଭାସିନୀ ପ୍ରଧାନ,ମାନିନୀ ପ୍ରଧାନ ଶ୍ରଦ୍ଧାଞ୍ଜଳୀ ଖମାରି, ସ୍ମୃତିଲଗ୍ନା ବସ୍ତିଆ,ମିଲନ ପ୍ରଧାନ,ବବଳୀ ପ୍ରଧାନ ଆବିଷ୍କାର ଆରବ ଅମାତ ପ୍ରମୁଖ ଯୋଗଦେଇଥିବାବେଳେ କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ ଉପେନ୍ଦ୍ର କର୍ଣ୍ଣ, ତ୍ରିଲୋଚନ ଡାଙ୍ଗ । ଶିଶୁକଳାକାର ସ୍ମରଣୀକା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

7 + nineteen =